ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତୀ ସେନାଧ୍ୟକ୍ଷ

ଦେଶର ଆଗାମୀ ସ୍ଥଳସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । କେନ୍ଦ୍ର ସରକାର ତାଙ୍କର ନିଯୁକ୍ତିିକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ତେବେ ଆଗାମୀ ଏପ୍ରିଲ ୩୦ ତାରିଖରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାର କମାଣ ସମ୍ଭାଳିବେ । ମନୋଜ ପାଣ୍ଡେ ପ୍ରଥମ ଇଞ୍ଜିନିୟ ହେବେ, ଯିଏକି ଭାରତୀୟ ସେନାର କମାଣ ସମ୍ଭାଳିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ସେନା ମୁଖ୍ୟ ଥିବା ମନୋଜ ମୁକୁନ୍ଦ ନରବଣେଙ୍କ ପରେ ସେ ଏହି ପଦରେ ଦାୟିତ୍ୱ ଭାର ଗ୍ରହଣ କରିବେ ।

କ୍ରପ୍ସ ଇଞ୍ଜନିୟର୍ସର ପ୍ରଥମ ଅଫିସର ଭାବେ ଜେନେରାଲ ମନୋଜ ପାଣ୍ଡେ ଦେଶର ସ୍ଥଳ ସେନା ହେବାର ରେକର୍ଡ ମଧ୍ୟ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଦେଶର ସେନାଧ୍ୟକ୍ଷ ଭାବେ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଜେନେରାଲ ମୋନଜ ପାଣ୍ଡେ ୧୯୮୨ ଡିସେମ୍ବରରେ କ୍ରପ୍ସ ଅଫ ଇଞ୍ଜିନିୟର୍ସ ଭାବେ କମିଶନଡ ପାଇଥିଲେ। ଏହାପରେ ଦୀର୍ଘ ୩୭ ବର୍ଷ ହେଲା ଭାରତୀୟ ସେନାରେ କାର୍ଯ୍ୟରତ ଥିବା ଜେନେରାଲ ପାଣ୍ଡେ ଅପରେସନ ପରାକ୍ରମ ଓ ଅପରେସନ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଦୀର୍ଘ ୩୯ ବର୍ଷ ହେଲାଣି ଭାରତୀୟ ସେନା ସହ ଜଡ଼ିତ ହୋଇ ରହିଛନ୍ତି। ଜାନୁଆରୀ ୩୧ରୁ ସେ ସ୍ଥଳ ସେନାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି।