ଏଲ୍‌ଆଇସି ଉପରେ ଲାଗିଲା ଜରିମାନା !

ନୂଆଦିଲ୍ଲୀ : ଜିଏସ୍‌ଟି ପ୍ରାଧିକରଣ ପକ୍ଷରୁ କମ୍‌ ଟିକସ ପୈଠ ଲାଗି ଭାରତୀୟ ଜୀବନବୀମା ନିଗମ(ଏଲ୍‌ଆଇସି) ଉପରେ ୩୬,୮୪୪ ଟଙ୍କାର ଜରିମାନା ଲଗାଯାଇଛି। ଏଲ୍‌ଆଇସି କିଛି ବିଲ୍‌(ଇନ୍‌ଭଏସ୍‌)ରେ ୧୮% ବଦଳରେ ୧୨% ଜିଏସ୍‌ଟି ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଏଥିଲାଗି ଆୟକର ପ୍ରାଧିକରଣ ୨୦୧୯-୨୦ ଲାଗି ଜରିମାନା ନୋଟିସ୍‌ ଜାରି କରିଛି। ତେବେ ଜମ୍ମୁ-କଶ୍ମର ଲାଗି ସୁଧ ଏବଂ ଜରିମାନା ସହ ଜିଏସ୍‌ଟି ସଂଗ୍ରହର ନୋଟିସ ମିଳିଥିବା ଏଲ୍‌ଆଇସି ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ନିଗମର ପରିଚାଳନା ତଥା ଅନ୍ୟ କାର୍ଯ୍ୟ ଉପରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି ସ୍ପଷ୍ଟ କରାଯାଇଛି।

#LIC