ଓଡିଶା ବିଧାନ ପରିଷଦ ଗଠନ ନେଇ କେନ୍ଦ୍ର ରୁ ରାଜ୍ୟକୁ ଚିଠି

ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରରୁ ଆସିଲା ଚିଠି । ବିଧାନ ପରିଷଦ ଗଠନ ନେଇ ବିଧାନସଭା ପକ୍ଷରୁ ଲେଖା ଯାଇଥିବା ଚିଠିର ଉତ୍ତର ଦେଇଛନ୍ତି କେନ୍ଦ୍ର ସରକାର। ବିଧାନ ପରିଷଦ ଗଠନ ନେଇ କଣ ପ୍ରକ୍ରିୟା ରହିବ ସେ ନେଇ ତଥ୍ୟ ଦେବାକୁ କହିଛି କେନ୍ଦ୍ର । ଗତ ସଂସଦ ଅଧିବେଶନରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ବିଧାନସଭା ପରିଷଦ ଗଠନ ନେଇ କିଛି ପ୍ରସ୍ତାବ ଆସିନଥିବା ସଂସଦରେ ଉତ୍ତର ରଖିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ । ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିବା ପରେ ବିଧାନସଭା ପକ୍ଷରୁ ପୁଣି ୨ ଟି ଚିଠି ଲେଖାଯାଇଥିଲା। ଏହାର ଉତ୍ତର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି।
ଆଉ ପାଦେ ଆଗକୁ ବଢିଲା ଓଡିଶା ବିଧାନ ପରିଷଦ ଗଠନ ପ୍ରକ୍ରିୟା । ପରିଷଦ ଗଠନ ନେଇ ରାଜ୍ୟର ଚିଠି ପରେ ସଂପୂଣ୍ଣ ତଥ୍ୟ ମାଗିଲା କେନ୍ଦ୍ର । ରାଜ୍ୟରେ ବିଧାନ ପରିଷଦ ଗଠନ ନେଇ ୨୦୧୫ରୁ ପ୍ରକ୍ରିୟାର ଆରମ୍ଭ ହୋଇଥିଲେ ସୁଦ୍ଧା କଥା କେବଳ ଚିଠିରେ ଚିଠିରେ ଅଟକି ଯାଇଛି। ୪୯ ଆସନ ବିଶିଷ୍ଟ ବିଧାନ ପରିଷଦ ଗଠନ କରିବା ପାଇଁ ୨୦୧୮ ସେପ୍ଟେମ୍ବର ୬ରେ ବିଧାନସଭାରେ ସର୍ବସମ୍ମ ସଂକଳ୍ପ ପାରିତ ହୋଇଥିଲା । ସଂସଦ ଗତ ଶୀତ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନମନ୍ତ୍ରୀ ଓଡିଶାରେ ବିଧାନ ପରିଷଦ ପ୍ରସ୍ତାବ ସଂଳକ୍ପ ପାଇନଥିବା ରାଜ୍ୟସଭାରେ ଲିଖିତ ଉତ୍ତର ଦର୍ଶାଇଥିଲେ। ଯାହାକୁ ଜୋର ଧରିଥିଲା ରାଜନୀତି। ଏହି ପ୍ରସଙ୍ଗକୁ ନେଇ ବାଚସ୍ପତି ପୁଣି କେନ୍ଦ୍ରକୁ ୨ଟି ଚିଠି ଲେଖି ରାଜ୍ୟ ପଠାଇଥିବା ବିଧାନ ପରିଷଦର ସଂକଳ୍ପର ସମସ୍ତ ତଥ୍ୟ ଦେଇଥିଲେ । ରାଜ୍ୟର ଚିଠି ପାଇବା ପରେ ଏବେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟକୁ ପାଲଟା ଚିଠି ଲେଖି ତଥ୍ୟ ମାଗିଛି । ରାଜ୍ୟରେ ବିଧାନ ପରିଷଦ କିପରି ଗଠନ ହେବ, କେଉଁ ବର୍ଗରୁ କେତେ ସଦସ୍ୟ ରହିବେ ତାର ସବିଶେଷ ତଥ୍ୟ ଦେବାକୁ ଚିଠିରେ କୁହାଯାଇଛି । ବିଧାନସଭାରେ ପହଁଚିଥିବା ଏହି ଚିଠିକୁ ସଂସଦୀୟ ବ୍ୟାପାର ବିଭାଗକୁ ବିଧାନସଭା ସଚିବାଳୟ ପକ୍ଷରୁ ପଠାଇ ଦିଆଯାଇଛି। ବିଧାନ ପରିଷଦ ଗଠନ କିପରି ହେବ ତାର ଅନୁଧ୍ୟାନ ଲାଗି ବିଧାନସଭାରେ ୫ ଜଣିଆ ସର୍ବଦଳୀୟ କମିଟି ଗଠନ ହୋଇଥିଲା । କମିଟି ବିହାର, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର ଗସ୍ତ କରି ରାଜ୍ୟ ସରକାରଙ୍କୁ ତାଙ୍କର ରିପୋର୍ଟ ଦେଇଥିଲେ । ବିଧାନ ପରିଷଦରେ ବିଧାନସଭା ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ଅର୍ଥାତ ୪୯ ଜଣ ସଦସ୍ୟ ରହିବେ । ୪ବର୍ଷ ପରେ କେନ୍ଦ୍ର ତଥ୍ୟ ମାଗିଛି ଆଉ ରାଜ୍ୟ ସରକାର କେବେ କେମିତି ତଥ୍ୟ ଦେଉଛନ୍ତି ଓ ସଂସଦରେ ଏହା ପାରିତ କରିବାକୁ କେନ୍ଦ୍ର ସରକାର କେତେ ତତ୍ପରତା ଦେଖାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।