ରାଜ୍ୟରେ କମିଲା ବସ ଭଡା

ତୈଳଦର କମିବାରୁ ବିଭିନ୍ନ ବସ୍ ସେବା ପାଇଁ ଭଡ଼ା ହ୍ରାସ କରାଯାଇଛି। ଅର୍ଡିନାରୀ ବସ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା ଏବେ ଏହା ହ୍ରାସ ପାଇ ୮୭ ପଇସା ହୋଇଛି। ଏକ୍ସପ୍ରେସ ବସ୍‌ର ଭଡ଼ା କିଲୋମିଟର ପିଛା ୯୬ ପଇସା ଥିବା ବେଳେ ଏବେ ଏହା ୯୧ ପଇସାକୁ ଖସିଛି।
ସେହିପରି ରାଜ୍ୟରେ ଡିଲକ୍ସ ବସ୍‌ ଭଡ଼ା ବି କମିଛି। ପୂର୍ବରୁ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୧ଟଙ୍କା ୩୫ ପଇସା ଥିବା ବେଳେ ଏବେ ଏହା ୧ ଟଙ୍କା ୨୫ ପଇସା ହୋଇଛି। ଏସି ଡିଲକ୍ସର ଭଡ଼ା କିମି ପିଛା ୧ଟଙ୍କା ୬୩ ପଇସାରୁ କମି ୧ ଟଙ୍କା ୫୩ ପଇସା ହୋଇଛି। ସୁପର ପ୍ରିମିୟମ ବସ୍‌ର ଭଡ଼ା କିମି ପିଛା ୨ ଟଙ୍କା ୫୩ ପଇସା ଥିବା ବେଳେ ଏହା ୨ ଟଙ୍କା ୩୮ ପଇସାକୁ ଖସିଛି।

Comments (0)
Add Comment