ବିଧାୟକଙ୍କ ଗାଡି ମଡ଼ାଇବା ଘଟଣା : ସମ୍ବିତ ଙ୍କ ପ୍ରଶ୍ନର ଜବାବ ରଖିଲେ ସସ୍ମିତ

ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବାଣପୁର ରେ ଗାଡି ମଡ଼ାଇବା ଘଟଣା ରେ ଏବେ ରାଜନୈତକ ଚର୍ଚା ଜୋର ଧରିଛି I ଏହି ମାମଲାରେ ବିଜେଡି, କଂଗ୍ରେସ ଓ ବିଜେପିର ନେତାମାନେ ନିଜ ନିଜର ପ୍ରତିକ୍ରିୟା ଦେଇ ନିନ୍ଦା କରୁଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଆଜି ବିଜେପି ର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ,ବିଧାୟକଙ୍କ ଦବଙ୍ଗଗିରି ବାରମ୍ବାର ସାମନାକୁ ଆସୁଥିଲେ ହେଁ ବିଜେଡି ତାଙ୍କୁ କାହିଁକି ବହିଷ୍କାର କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ । ବାରମ୍ବାର ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧରେ ସଂଗୀନ ମାମଲା ଆସୁଥିଲେ ବି ତାଙ୍କୁ ବିଜେଡି ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛି ବିଜେପି ।
ସମ୍ବିତ ପାତ୍ରଙ୍କ ବୟାନ ପରେ ଜବାବ ରଖିଛି ବିଜେଡି । ଏହାର ଜବାବ ରେ ସସ୍ମିତ ପାତ୍ର କହିଛନ୍ତି, ବିଜେପି ଦୋମୁହାଁ ନୀତି ବନ୍ଦ କରୁ । ଉତରପ୍ରଦେଶ ଖେରୀ ଲଖିମପୁର ଘଟଣାରେ ବିରୋଧୀ ସମାଲୋଚନା କଲେ ବିଜେପି ରାଜନୀତି କରିବାକୁ ମନା କରିବା ସହ ଆଇନ ତା ବାଟରେ ଯିବ କହୁଥିଲା । ହେଲେ ଓଡ଼ିଶା ଏଭଳି ଘଟଣାକୁ ନେଇ ରାଜନୀତି କରୁଛି । ଆମେ ସ୍ପଷ୍ଟ କରୁଛୁ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବିତ କରାଯାଇଛି । ସେ ବିଜେଡିରେ ନାହାଁନ୍ତି । ଏହା ସହିତ ସସ୍ମିତ ପାତ୍ର ସ୍ପଷ୍ଟ କହିଛନ୍ତି ହିଂସାକୁ ଆମ ନେତା ନବୀନ ପଟ୍ଟନାୟକ ଗ୍ରହଣ କରନ୍ତିନି କିମ୍ବା ବିଜେଡି ଦଳ ହିଂସାକାଣ୍ଡ କୁ ଗ୍ରହଣ କରେ ନାହିଁ I ଏହି ଘଟଣାରେ ଯିଏ ଦୋଷୀ ଥିବ ତା ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I
ସେପଟେ କଂଗ୍ରେସ ମଧ୍ୟ ଏହି ଘଟଣାରେ ଦୃଢ କାର୍ଯାନୁଷ୍ଠାନ ଦାବି କରିଛି ।
ସୂଚନାନୁସାରେ ବାଣପୁରରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ସମୟରେ ବ୍ଲକ ଅଫିସ ସାମ୍ନାରେ ଥିବା ଲୋକଗହଳି ଭିତରକୁ ବିଧାୟକଙ୍କ କାର୍ ଚଢାଇ ଦେଇଥିଲେ I ଏହି ଘଟଣାରେ ୧୦ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ସହିତ ଅନ୍ୟ ୧୦ ଜଣ ସାଧାରଣ ଲୋକ ଗୁରୁତ୍ତର ଆହତ ହୋଇଥିଲେ I ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି I ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ଙ୍କ ସହିତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ ଏମ୍ସ ଯାଇ ଆହତ ବ୍ୟକ୍ତିଙ୍କୁ ଭେଟିଛନ୍ତି ।ସେପଟେ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଆକ୍ରମଣର ଶିକାର ହୋଇ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ତେବେ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଆଜି ICU କୁ ସ୍ଥାନାନ୍ତର କରାଯାଇଛି I