ଘର ଝାଡୁ କରିବାର କେତୋଟି ଗୁରୁତ୍ୱ ପୂର୍ଣ୍ଣ ନିୟମ ଜାଣନ୍ତୁ

ଘରକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ପାଇଁ ପ୍ରତିଦିନ ଅତି କମ ରେ ୨ ଥର ଝାଡୁ କରିବା ଅତ୍ୟନ୍ତ ଜରୁରୀ I ଘର ପରିସ୍କାର ରହିଲେ ଏହା ଆମର ମନ, ଶରୀର, ସ୍ୱାସ୍ଥ୍ୟ ସହିତ ଆମର ପ୍ରଗତି ଏବଂ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥାଏ I ବାସ୍ତୁ ଶାସ୍ତ୍ରରେ କେବଳ ଘରର ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଗୁରୁତ୍ୱ ଦିଆଯାଇନଥାଏ, ବରଂ ଏଥିପାଇଁ କିଛି ନିୟମ ମଧ୍ୟ ଦିଆଯାଇଛି। ଯଦି ଏହି ନିୟମଗୁଡିକ ସଠିକ ଭାବରେ ପାଳନ କରାଯାଏ ତେବେ ଅର୍ଥର ଅଭାବ ଦୂର ହେବ ସହିତ ମା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ହୋଇ ଧନ ବର୍ଷା କରିଥାନ୍ତି I

କେବେ ମଧ୍ୟ ବ୍ରIହ୍ମମୁହୂର୍ତ୍ତ କିମ୍ବା ସୂର୍ଯ୍ୟାସ୍ତ ସମୟରେ ଘର ଝାଡୁ କରନ୍ତୁ ନାହିଁ I ଘର ସଫା କରିବା ପାଇଁ ଉପଯୁକ୍ତ ସମୟ ହେଉଛି ବ୍ରIହ୍ମମୁହୂର୍ତ୍ତ ଅଥବା ସୂର୍ଯ୍ୟୋଦୟ ପର ଠାରୁ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ I ରାତିରେ ମଧ୍ୟ ଭୁଲରେ ଘରକୁ ଝାଡୁ କରନ୍ତୁ ନାହିଁ ଏବଂ ଯଦି ଝାଡୁ କରିବା ନିହାତି ଆବଶ୍ୟକତା ଥାଏ ତା’ହେଲେ ପରଦିନ ନିଜେ ଅଳିଆ ଆବର୍ଜନାକୁ ଘରୁ ବାହାର କରନ୍ତୁ I

ଘରର ବାଥରୁମ-ଟଏଲେଟକୁ ସର୍ବଦା ସଫା ରଖନ୍ତୁ I ଏହା ସହିତ ଯଥା ସମ୍ଭବ ବାଥରୁମ କୁ ଶୁଖିଲା ରଖନ୍ତୁ I ବାଥରୁମ ଭିତରେ ବୁଢିଆଣୀ ଜାଲ କରିବାକୁ ଦିଅନ୍ତୁ ନାହିଁ I ଘରୁ ତଥା ବାଥରୁମ ରୁ ସବୁବେଳେ ଅଳନ୍ଧୁ ସଫା ରଖନ୍ତୁ ନ ହେଲେ ଘରେ ଅଯଥା କଳହ ର ସୂତ୍ରପାତ ହୋଇଥାଏ I ଯଦି ଘରେ ବାଥରୁମ ଜନିତ କୌଣସି ବାସ୍ତୁ ତ୍ରୁଟି ଥାଏ, ତେବେ ବାଥରୁମ ର ଏକ କୋଣ ରେ ଗୋଟିଏ ପାତ୍ରରେ ଲୁଣ ଭର୍ତ୍ତି କରି ରଖନ୍ତୁ ଏବଂ ପ୍ରତି ସପ୍ତାହରେ ଏହି ଲୁଣ କୁ ପରିବର୍ତ୍ତନ କରନ୍ତୁ I
ସବୁବେଳେ ଘରର ଚାରି କୋଣକୁ ସଫା ରଖନ୍ତୁ I ସର୍ବଦା ଘରର ଉତ୍ତର,ଏବଂ ଐଶାନ୍ୟ କୋଣକୁ ସଫା ରଖନ୍ତୁ ଏହା ଦେବତାମାନଙ୍କ ନିବାସ ସ୍ଥଳ ହୋଇଥାଏ I
ସପ୍ତାହରେ ଥରେ, ସମୁଦ୍ର ଲୁଣ (ମୋଟା ରଗଡା ଲୁଣ) ପାଣିରେ ମିଶାଇ ଘର ପୋଛି ଦିଅନ୍ତୁ I ଏହା ଘରର ନକାରାତ୍ମକ ଶକ୍ତିକୁ ଦୂର କରିଥାଏ I କିନ୍ତୁ ଗୁରୁବାର ଦିନ ଏହି କାମ କରନ୍ତୁ ନାହିଁ I
ଦେଖାଯାଇଥାଏ ଅନେକ ଲୋକ ଘରର ଯାବତୀୟ ଅବ୍ୟବହୃତ ଜିନିଷ ଆଣି ବାଲକୋନୀରେ ଜମା କରି ଥାନ୍ତି I କିନ୍ତୁ ଭୁଲ ରେ ମଧ୍ୟ ଏ ଭଳି କରନ୍ତୁ ନାହିଁ I ଏପରି କରିବା ଦ୍ୱାରା ଘରେ ଦାରିଦ୍ରତା ସୃଷ୍ଟି ହୋଇଥାଏ I ଏହି ସବୁ ଜିନିଷକୁ ରଖିବା ପାଇଁ ଘରର ପଶ୍ଚିମ ପଟ କୋଣ ବ୍ୟବହାର କଲେ ଅତି ଭଲ ହୋଇଥାଏ I ସେହିଭଳି ଝାଡୁ ,ଜୋତା ଷ୍ଟାଣ୍ଡ ଇତ୍ୟାଦି ଘର ର ପଶ୍ଚିମ ପଟେ କୋଣ ଜାଗା ଦେଖି ରଖନ୍ତୁ I ଘର ଝାଡୁ କଲା ସମୟରେ ଝାଡୁ କୁ ଭୁଲ ରେ ମଧ୍ୟ ପାଦରେ ଦଳିବେନାହିଁ ଏହା ଦ୍ୱାରା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି I ଏହାବାଦ ଘର ଝାଡୁ କରି ଝାଡୁ ର ଆଗକୁ ଭଲ ଭାବରେ ଧୋଇ ଶୁଖାଇ ରଖନ୍ତୁ I ଝାଡୁ କୁ ସବୁବେଳେ ଲୁଚାଇ ରଖିବେ ଏବଂ ଝାଡ଼ୁରେ ଯେମିତି ଗୋଡ ନ ବାଜିବ ଧ୍ୟାନ ଦେବେ I ମନେ ରଖିବେ ଝାଡ଼ୁକୁ ଟାଙ୍ଗୀ ନ ରଖି ତଳେ ଶୁଆଇ ରଖିବେ I

Comments (0)
Add Comment