ରୋଷେଇ ଘରେ ରଖାଯାଇଥିବା ଏହି ଜିନିଷଗୁଡ଼ିକ ଦ୍ୱାରା ୟୁରିକ୍ ଏସିଡ୍ ନିୟନ୍ତ୍ରିତ ହେବ, ଜାଣନ୍ତୁ କିପରି

ଆମ ଶରୀରରେ ୟୁରିକ୍ ଏସିଡ୍ ର ବୃଦ୍ଧି ହେଲେ ଶରୀରରେ ସମସ୍ତ ପ୍ରକାରର ପରିବର୍ତ୍ତନ ଆରମ୍ଭ ହୁଏ I ଅଧିକାଂଶ ଲୋକ ଶରୀରରେ ଫୁଲା ଏବଂ ହାଡରେ ଯନ୍ତ୍ରଣା ଅନୁଭବ କରନ୍ତି I ଆସନ୍ତୁ ଜାଣିବା ୟୁରିକ୍ ଏସିଡ୍ କୁ ନିୟନ୍ତ୍ରଣ କରିବା ପାଇଁ କଣ ରହିଛି ଘରୋଇ ଉପଚାର I ଆମ ରୋଷେଇ ଘରେ ଅତି ସହଜରେ ଏହି ଜିନିଷଗୁଡ଼ିକ ମିଳିପାରିବ I ଯାହା ସାହାଯ୍ୟରେ ଆପଣ ଏହି ପ୍ରକାର ସମସ୍ୟାରୁ ମୁକ୍ତି ପାଇପାରିବେ I ବାସ୍ତବରେ, ଉପଯୁକ୍ତ ଖାଦ୍ୟ ଏବଂ ସଠିକ ଜୀବନଶୈଳୀ ସାହାଯ୍ୟରେ ଶରୀରରେ ବଢୁଥିବା ୟୁରିକ୍ ଏସିଡ୍ କୁ ନିୟନ୍ତ୍ରଣ କରାଯାଇପାରିବ I

ରସୁଣ

ବଢୁଥିବା ୟୁରିକ୍ ଏସିଡ୍ କୁ ନିୟନ୍ତ୍ରଣରେ ରଖିବା ପାଇଁ ରସୁଣରେ ରହିଛି ଚମତ୍କାର ଔଷଧୀୟ ଗୁଣ I ଯଦି ଆମେ ସକାଳେ ଖାଲି ପେଟରେ ପ୍ରତିଦିନ ୩ ଟି କରି ରସୁଣ ଖାଇବୁ ତେବେ ୟୁରିକ୍ ଏସିଡ୍ ର ସ୍ତର ଖୁବ ଶୀଘ୍ର କମିଯାଏ I

ଜୁଆଣି ପାଣି

ଜୁଆଣି ର ଅନେକ ପ୍ରକାର ଔଷଧୀୟ ଗୁଣ ରହିଥାଏ I ତରକାରୀ ରେ ସ୍ୱାଦ ବଢାଇବା ପାଇଁ ଆମେ ଜୁଆଣି ର ବ୍ୟବହାର କରିଥାଉ I ଜୁଆଣି ପାଣି ମଧ୍ୟ ୟୁରିକ୍ ଏସିଡ୍ କୁ ନିୟନ୍ତ୍ରଣରେ ରଖିଥାଏ I ପ୍ରତିଦିନ ସକାଳେ ଖାଲି ପେଟ ରେ ଅଧଚାମଚ ଜୁଆଣି ଗୁଣ୍ଡ ସହିତ ଏକ ଗ୍ଲାସ ଉଷୁମ ପାଣି ପିଇଲେ ୟୁରିକ୍ ଏସିଡ୍ ସମସ୍ୟା ରୁ ମୁକ୍ତି ମିଳିଥାଏ I

ଅଦା

ୟୁରିକ୍ ଏସିଡ୍ ବୃଦ୍ଧି ହେତୁ ଗଣ୍ଠି ଯନ୍ତ୍ରଣା ଆରମ୍ଭ ହୁଏ I ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ଅଦା ସାହାଯ୍ୟ ମଧ୍ୟ ନେଇପାରିବେ I ଏଥିରେ ଉପସ୍ଥିତ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏହି ସମସ୍ୟାରୁ ମୁକ୍ତି ପାଇବାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି I ଆପଣ ପ୍ରତିଦିନ ଖାଦ୍ୟ ଖାଇବା ସମୟରେ ,ଖାଦ୍ୟରେ ଖଣ୍ଡେ ଅଦା ଖାଆନ୍ତୁ I କିମ୍ବା ଖାଇସାରି ମଧ୍ୟ ଖଣ୍ଡେ ଅଦା ଚୋବାଇ ଖାଇଲେ ଏହା ଆପଣଙ୍କୁ ୟୁରିକ୍ ଏସିଡ୍ ରୋକିବାରେ ସାହାଯ୍ୟ କରିଥାଏ I