ତ୍ରିରଙ୍ଗା ଯାତ୍ରାରେ ସାମିଲ ହେଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ୭୯ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ୱାନ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଖୋର୍ଦ୍ଧା ଟାଉନ ହଲ୍ ପର୍ଯ୍ୟନ୍ତ ଆୟୋଜିତ ହର ଘର ତ୍ରିରଙ୍ଗା ପଦଯାତ୍ରାରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ସାମିଲ୍ ହୋଇଥିଲେ। ଐତିହାସିକ ଖୋର୍ଦ୍ଧା ଗଡରେ ଏହି ତ୍ରିରଙ୍ଗା ଯାତ୍ରା ଆମର ଏକତାର ଅନନ୍ୟ ପରିଚୟ। ଏହି ଯାତ୍ରା ଆମ ଭିତରେ ରାଷ୍ଟ୍ରଭକ୍ତିକୁ ଜାଗ୍ରତ କରାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ତପସ୍ୟା, ସଂଘର୍ଷ ଓ ବଳିଦାନର ମୂଲ୍ୟବୋଧକୁ ପୁଣିଥରେ ମନେ ପକାଇ ଦିଏ। ଆସନ୍ତୁ, ଆମେ ସମସ୍ତେ ଦେଶଭକ୍ତିର ଭାବନାରେ ଏହି ‘ହର୍‌ ଘର୍‌ ତ୍ରିରଙ୍ଗା’ ଯାତ୍ରାରେ ସାମିଲ ହେବା ଓ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ସହ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା। ଏହି ଅବସରରେ ଭୁବନେଶ୍ବର ଲୋକସଭା କ୍ଷେତ୍ରର ସାଂସଦ ମାନନୀୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ,ମାନ୍ୟବର ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦ୍ଦେବ, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଖୋର୍ଦ୍ଧା ଜିଲ୍ଲା ଭାଜପା ସଭାପତି ଶ୍ରୀ ବିଶ୍ବରଂଜନ ବଡ଼ଜେନାଙ୍କ ସମେତ ଅନ୍ୟାନ୍ୟ ଲୋକ ପ୍ରତିନିଧି, ଛାତ୍ରଛାତ୍ରୀ,ଜିଲ୍ଲାସ୍ତରୀୟ ଅଧିକାରୀ, ଏବଂ ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀମାନେ ଶୋଭାଯାତ୍ରାରେ ଉପସ୍ଥିତ ଥିଲେ।

Comments (13)
Add Comment