ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସନ୍ଧ୍ୟା ୬.୩୦ ରେ ଲତାଙ୍କ ଶେଷକୃତ୍ୟ କରାଯିବ

ଆଜି ସବୁଦିନ ପାଇଁ ନିରବି ଯାଇଛନ୍ତି କୋକିଳ କଣ୍ଠି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ମୁମ୍ବାଇସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲ୍ରେ ତାଙ୍କର ପରଲୋକ ହୋଇଛି । ଆଜି ସଂଧ୍ୟା ସାଢ଼େ ୬ଟାରେ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର କରାଯିବ । ଅପରାହ୍ଣ ୩ ଯାଏ ଲତାଙ୍କ ଶେଷ ଦଶନ କରାଯିବା ନେଇ ବ୍ୟବସ୍ଥା କରାଯାଇଛି। ଅପରାହ୍ଣ ୪ଟାରୁ ୬ଯାଏ ଅନ୍ତିମ ଯାତ୍ରା ହେବ । ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କ ଶେଷକୃତ୍ୟ କରାଯିବ । ଲତାଙ୍କ ପରଲୋକ ଖବର ସାରା ଦେଶରେ ଶୋକାକୁଳ ସୃଷ୍ଟି କରିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ, କେନ୍ଦ୍ର ପରିବହନମନ୍ତ୍ରୀ ଓ ବହୁ ବରିଷ୍ଠ ବ୍ୟକ୍ତି ଶେକ ବ୍ୟକ୍ତି କରିଛନ୍ତି । ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ପରଲୋକ ଖବର ଜାଣିବା ପରେ ଟ୍ୱିଟ୍‍ ମାଧ୍ୟମରେ ଶେକ ପ୍ରକାଶ କରିଛନ୍ତି । ତାଙ୍କର ପରଲୋକ ବଲିଉଡ ଜଗତ ପାଇଁ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

Comments (0)
Add Comment