ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର୍

ନୀରବି ଗଲା କୋକିଳ କଣ୍ଠି ଙ୍କ ସ୍ୱର I ଆଉ ନାହାନ୍ତି ସୂର ସମ୍ରାଜ୍ଞୀ ଲତା ମଙ୍ଗେସକର୍ । ୯୨ ବୟସରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦୁନିଆକୁ ଅଲବିଦା କହିଛନ୍ତି ଭାରତରତ୍ନ ଲତା ଦିଦି। ଜାତୀୟ ଗଣମାଧ୍ୟମରୁ ଲତାଙ୍କ ମୃତ୍ୟୁକୁ ନେଇ ଖବର ପ୍ରକାଶ ପାଇଛି । ସଞ୍ଜୟ ରାଉତଙ୍କ ଟୁଇଟ୍ କୁ ଆଧାର କରି ଏହି ଖବର ପ୍ରକାଶ ପାଇଛି । ଶିବସେନା ସାଂସଦ ସଞ୍ଜୟ ରାଉତ ଲତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଆଜି ସକାଳ ୮ଟା ୧୨ ମିନିଟ୍ ରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି ।

ଜାନୁୟାରୀ ୮ ତାରିଖରେ ଲତା କୋଭିଡ ପଜିଟିଭ ହେବା ପରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଆଇସିୟୁରେ ରଖିବାକୁ ପରାମର୍ଶ ଦେଇଥିଲେ। ସେବେଠାରୁ ଲତା ସେହିଠାରେ ହିଁ ରହିଥିଲେ। ଦୀର୍ଘ ୨୭ ଦିନ କାଳ ହସ୍ପିଟାଲରେ ରହିଥିବା ବେଳେ ଶନିବାର ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ସ୍ଥିତି ବିଗୁଡୁଥିବା ଦେଖି ଲତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରତିତ ସମଦାନି କହିଥିଲେ ଯେ, ଅବସ୍ଥା ବିଗୁଡୁଥିବା ଦେଖି ତାଙ୍କୁ ଆଗ୍ରେସିଭ୍ ଥେରାପି ଦ୍ବାରା ଚିକିତ୍ସା କରାଯାଉଛି। କିନ୍ତୁ ବହୁ ଚେଷ୍ଟା ସତ୍ବେ ଲତାଙ୍କୁ ବଞ୍ଚାଇ ପାରି ନ ଥିଲେ ଡାକ୍ତର।
ଲତା ମଙ୍ଗେସକର ମଧ୍ୟ ପ୍ରଦେଶର ଇନ୍ଦୋରରେ ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ । ଲତା ୫ବର୍ଷ ବୟସରୁ ତାଙ୍କ ପିତାଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ତାଙ୍କ ସହ ତାଙ୍କ ସାନ ଭଉଣୀ ଆଶା, ଉଷା, ମୀନା ଓ ଭାଇ ହୃଦୟନାଥ ମଧ୍ୟ ସଙ୍ଗୀତ ଶିକ୍ଷା କରୁଥିଲେ । ଲତା ମାତ୍ର ୧୩ ବର୍ଷର ହୋଇଥିବା ବେଳେ ତାଙ୍କ ପିତାଙ୍କର ହୃଦ୍‌ରେଗରେ ଦେହାନ୍ତ ହୋଇଥିଲା । ପରେ ପରିବାର ଭରଣପୋଷଣ ନିମନ୍ତେ ସେ ୧୯୪୨ରୁ ସଙ୍ଗୀତ ଜୀବନ ଆରମ୍ଭ କଲେ । ପିଲାଟିବେଳୁ ପ୍ରଥମେ ଫିଲ୍ମରେ ଅଭିନୟ କରୁକରୁ ସେ ପାଲଟିଥିଲେ ପ୍ରଚ୍ଛଦପଟ୍ଟ ଗାୟିକା। ଲକ୍ଷାଧିକ ସିନେମା ପାଇଁ ଗୀତ ଗାଇଥିଲା ଲତାଙ୍କ ଜୀବନ ବ୍ୟାପୀ ସାଧନା ପାଇଁ ଭାରତ ସରକାର ତାଙ୍କୁ ୨୦୦୧ରେ ତାଙ୍କୁ ମିଳିଥିଲା ଭାରତରତ୍ନ।

Comments (0)
Add Comment