ରାଜଧାନୀରେ ବଡ଼ ଧରଣ ର ଲୁଟ :୩୦ଲକ୍ଷ ଟଙ୍କାର ସୁନା ଗହଣା ସହିତ ନଗଦ ୩ ଲକ୍ଷ ନେଇଗଲେ

ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ର ମଂଚେଶ୍ୱର ଭାଟପଡା ଅଂଚଳରେ ଏକ ବଡ଼ ଧରଣ ର ଲୁଟ ହୋଇ ଯାଇଛି I ରାତି ୨ ଟା ବେଳେ ପ୍ରଥମେ ୫ ଜଣ ଦୁର୍ବୃତ୍ତ ଘର ଭିତରେ ପଶି କଳାକନା ବୁଲାଇ ଥିଲେ I
ସୂଚନାନୁସାରେ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭାଟପଡାରେ ଥିବା ବିଜେପି ନେତା ଦୀନବନ୍ଧୁ ଦାସଙ୍କ ଘରର ପାଚେରୀ ଡେଇଁ ୫ରୁ ଅଧିକ ଦୁର୍ବୃତ୍ତ ଘରେ ପଶିଥିଲେ I ଏହାପରେ ପରିବାର ଲୋକଙ୍କୁ ଭୟଭୀତ କରେଇ ହାତଗୋଡ଼ ବାନ୍ଧି ଦେଇଥିଲେ । ଏହାପରେ ୩୦ ଲକ୍ଷର ସୁନା ଗହଣା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଦୁର୍ବୃତ୍ତଙ୍କ ମାଡ଼ରେ ଘରର ଜଣେ ମହିଳା ଆହତ ହୋଇଥିବା ଜଣାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏନେଇ ମଞ୍ଜେଶ୍ୱର ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନ ଥିବା ବେଳେ କିଛି ସୁରାଗ ପାଇଥିବା ଜଣାପଡ଼ିଛି। ଏହି ଘଟଣା ରେ ପୂର୍ବ ଶତ୍ରୁତାରୁ ତଥା ବିରୋଧୀ ଦଳ ଙ୍କ ସମ୍ପୃକ୍ତି ଥିବା କଥା ପରିବାର ଲୋକେ କହୁଛନ୍ତି I

Comments (0)
Add Comment