୫ରେ ଲାଲୁଙ୍କ କିଡ୍‌ନୀ ପ୍ରତିରୋପଣ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କର ଆସନ୍ତା ୫ରେ ସିଙ୍ଗାପୁରର ଏକ ହସ୍ପିଟାଲରେ କିଡ୍‌ନୀ ପ୍ରତିରୋପଣ କରାଯିବ ବୋଲି ଜଣାପଡିଛି । ବୁଧବାର କୁର୍‌ହାନିଠାରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାଷଣ ଦେବା ଅବସରରେ ଲାଲୁଙ୍କ ପୁତ୍ର ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏହି ସୂଚନା ଦେଇଛନ୍ତି । ପିତାଙ୍କ ପାଇଁ ଲାଲୁଙ୍କ କନ୍ୟା କିଡ୍‌ନୀ ଦାନ କରିଥିବା ଜଣାପଡିଛି ।