ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଏୟାର ଆମ୍ବୁଲାନ୍ସରେ ଯିବେ ଦିଲ୍ଲୀ ଏମ୍ସ

ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥାବସ୍ଥା ଗୁରୁତର । ତାଙ୍କର କ୍ରିଏଟିନିନ୍ ସ୍ତର ୪.୧ ରୁ ବଢି ୪.୬ ରେ ପହଞ୍ଚିଯାଇଛି । ଫଳରେ ଲାଲୁ ପ୍ରସାଦ ଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ କଯୋଗେ ଦିଲ୍ଲୀ ଏମ୍ସ କୁ ସ୍ଥାନାନ୍ତର କରାଯିବ I ଲାଲୁଙ୍କ ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ରୀମ୍ସ ମେଡିକାଲ ବୋର୍ଡର ଏକ ଜରୁରୀକାଳୀନ ବୈଠକ ଡକାଯାଇ ଏହି ନିଷ୍ପତି ନିଆଯାଇଛି Iସନ୍ଧ୍ୟା ୩ରୁ ୫ଟା ମଧ୍ୟରେ ତାଙ୍କୁ ଦିଲ୍ଲୀ ନିଆଯିବାର ସୂଚନା ରହିଛି । ରିମ୍ସ ହସ୍ପିଟାଲରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ୍ କରିଡର ପ୍ରସ୍ତୁତ କରାଯିବ ।
ଲାଲୁ ଙ୍କ ପ୍ରସାଦ ଙ୍କର ଅନେକ ପ୍ରକାର ସ୍ୱାସ୍ଥ୍ୟ ଜନିତ ଜଟିଳ ସମସ୍ୟା ରହିଛି । ତାଙ୍କର ହାଇ ବ୍ଲଡପ୍ରେସର ଥିବା ସହ କିଡନୀ ସମସ୍ୟା, ହାତଗୋଡରେ ଗଣ୍ଠିରୋଗ ସମସ୍ୟା ସହ , ଆଖି ସମସ୍ୟା ମଧ୍ୟ ରହିଛି ।
ସୂଚନାନୁସାରେ ଗତ ଫେବୃଆରୀ ୨୧ରେ ଲାଲୁ ପ୍ରସାଦ ଯାଦବଙ୍କୁ ଚାରା ଘୋଟାଲା ଓ ଡୋରାଣ୍ଡା ଟ୍ରେଜେରୀ ମାମଲାରେ ୧୩୯.୩୫ କୋଟି ଟଙ୍କାର ହେରଫେର ଘଟଣାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ତାଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୬୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇର ସ୍ୱତନ୍ତ୍ର କୋର୍ଟର ବିଚାରପତି ଏସ.କେ ଶଶି ଙ୍କ ରାୟ ଅନୁସାରେ ଘୋଟାଲା ମାମଲାରେ ଲାଲୁ ଯାଦବ ମୁଖ୍ୟ ଷଡଯନ୍ତ୍ରକାରୀ ଥିଲେ ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ଏହି ସବୁ ତାଙ୍କ ଜାଣତରେ ଘଟିଥିଲା ।