ଲଖିମପୁର ଖେରୀ ହିଂସାକାଣ୍ଡ : ୫୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କ ପୁଅ ଆଶିଷ ମିଶ୍ରା ମୁଖ୍ୟ ଅଭିଯୁକ୍ତ

ଲକ୍ଷ୍ମୀପୁର ହିଂସା ଘଟଣାରେ ଚାର୍ଜସିଟ୍ ଦାଖଲ କରିଛି SIT । ମିଳିଥିବା ରିପୋର୍ଟ ମୁତାବକ ୫୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ଏହି ହିଂସାକାଣ୍ଡ ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁତ୍ର ଆଶିଷଙ୍କୁ ମିଶ୍ରଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି I
ସୂଚନା ମୁତାବକ, ଅକ୍ଟୋବର ୩ ତାରିଖ ଦିନ କୃଷକ ଆନ୍ଦୋଳନ ଚାଲିଥିବା ବେଳେ ଲଖିମ୍‌ପୁର ଖେରିରେ ଘଟିଥିବା ହିଂସାକାଣ୍ଡରେ ୮ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ୪ ଜଣ କୃଷକ ଙ୍କ ସହିତ ଜଣେ ବିଜେପି କର୍ମୀ ଏବଂ ଜଣେ ସ୍ଥାନୀୟ ଗଣମାଧ୍ୟମ କର୍ମଚାରୀ ମଧ୍ୟ ଥିଲେ I ଏବଂ ପରବର୍ତୀ ହିଂସା କାଣ୍ଡ ରେ ଆଉ ତିନି ଜଣଙ୍କ ମୃତ୍ୟୁ ସହିତ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା I ଘଟଣା ଦିନ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟ ଲଖିମ୍‌ପୁର ଖେରି ଗସ୍ତରେ ଆସିବାର ଥିଲା। ତେବେ କୌଣସି କାରଣ ଯୋଗୁଁ ତାଙ୍କ ଗସ୍ତକୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ କରିବା ସହିତ କଳା ପତାକା ପ୍ରଦର୍ଶନ କରିଥିଲେ ,ଏହି ଘଟଣାରୁ ପ୍ରଥମେ ହିଂସାକାଣ୍ଡ ର ସୂତ୍ରପାତ ହୋଇଥିଲା I ଏହି ହିଂସାକାଣ୍ଡର ତଦନ୍ତ କରୁଥିବା ‘ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌’ କହିଛି ଯେ, ପ୍ରତିବାଦକାରୀ କୃଷକମାନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା।
ଆଜି ଦାଖଲ କରିଥିବା ଚାର୍ଜସିଟ୍‌ରେ ପୁଲିସ କହିଛି ଯେ, ହିଂସାକାଣ୍ଡ ଘଟିବା ବେଳେ ଘଟଣାସ୍ଥଳରେ ଆଶିଷ ମିଶ୍ରା ଉପସ୍ଥିତ ଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ଚାର୍ଜସିଟ୍‌ରେ ଆଶିଷ ମିଶ୍ରାଙ୍କର ଜଣେ ଆତ୍ମୀୟଙ୍କ ନାମ ମଧ୍ୟ ରହିଛି।
ସୂଚନାଯୋଗ୍ୟ, ଲଖିମ୍‌ପୁର ଖେରିରେ ପ୍ରତିବାଦରତ କୃଷକମାନଙ୍କ ଉପରକୁ ଚଢ଼ାଯାଇଥିବା କାର୍‌ରେ ନ ଥିଲେ ବୋଲି ପ୍ରମାଣ କରିବା ଲାଗି ପୂର୍ବରୁ ଆଶିଷ ମିଶ୍ରା ଭିଡିଓ ଏବଂ ୧୦ଜଣ ବ୍ୟକ୍ତିଙ୍କ ସତ୍ୟପାଠ ଦାଖଲ କରିଥିଲେ। ଧୀରେନ୍ଦ୍ର ଶୁକ୍ଳା ନାମରେ ଜଣେ ବ୍ୟକ୍ତି ପ୍ରମାଣ ଲୁଚାଉଥିବା ଅଭିଯୋଗ ହୋଇଛି। ତାଙ୍କ କାର୍‌ ସେଦିନ ଆଶିଷଙ୍କ କାର୍‌ ପଛରେ ଥିଲା। ଧୀରେନ୍ଦ୍ର ସେ କଥା ଗୋପନ ରଖିଥିଲେ।

Comments (0)
Add Comment