କୁମାର ପୂର୍ଣ୍ଣିମା ଚନ୍ଦ୍ରଗ୍ରହଣ; ଜାଣନ୍ତୁ କେତେବେଳେ କରିବେ ଚାନ୍ଦ ପୂଜା?

ଭୁବନେଶ୍ଵର: ଚଳିତ ମାସ କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ । ଅକ୍ଟୋବର ମାସ ୨୮ ତାରିଖରେ ପଡୁଛି ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ । ଗ୍ରହଣର ଅବଧି ହେଉଛି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ । ଗ୍ରହଣ ସ୍ପର୍ଶ ହେବା ମାତ୍ରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଥାଏ ।

ଏହି ଦିନ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରିଥାନ୍ତି। ପ୍ରଥମେ ମାର୍କେଣ୍ଡେୟ , ଦ୍ବିତୀୟରେ ଅଙ୍ଗିରା, ତୃତୀୟରେ ଭୃଗୁ ଏବଂ ଶେଷରେ କଣ୍ଡୁ ଆଶ୍ରମ ବିଜେ କରିଥାନ୍ତି । ଚକ୍ରରାଜ ସୁଦର୍ଶନ ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନରୁ ଆସି ଚଉଦୋଳରେ ବିଜେ ହୋଇ ପରିକ୍ରମା କରିବା ପରେ ପାକତ୍ୟାଗ ପୂର୍ବରୁ ରତ୍ନସିଂହାସନରେ ବିଜେ କରିବେ । ନୀତି ସବକମିଟି ବୈଠକରେ ଗ୍ରହଣକୁ ନେଇ ଆଲୋଚନା ହୋଇଛି । ସେବାୟତମାନେ ନୀତି ଶୃଙ୍ଖଳିତ କରିବାକୁ ପରାମର୍ଶ ଦିଆଯାଇଛି ।

ତେବେ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଚନ୍ଦ୍ରପୂଜା ଏବଂ ଆଞ୍ଜୁଳି ଟେକିବାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅପରହ୍ନ ୪ ପୂର୍ବରୁ ଚାନ୍ଦ ପୂଜା କରାଯିବ । ସକାଳ ୫ ଟାରୁ ୫.୩୦ ମଧ୍ୟରେ ଆଞ୍ଜୁଳି ଟେକିବା ସମୟ ରହିଛି । ସେହିପରି ଅପରହ୍ନ ୪ ପୂର୍ବରୁ ଚାନ୍ଦ ପୂଜା କରିବାର ମୂହୁର୍ତ୍ତ ରହିଛି । ସେହିପରି କୁମାରପୂର୍ଣ୍ଣିମାର ଠିକ୍ ପରଦିନ ହବିଷ୍ୟାଳୀ ମାନେ ବ୍ରତ ସଙ୍କଳ୍ପ କରିବେ ଓ ସେହିଦିନ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଚାରିଆଶ୍ରମ ବିଜେ କରିବେ ।