କୁଆଖାଇ: ମିଳିଲା ଆଉ ୨ ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ଉଦ୍ଧାର ହେଲା  କୁଆଖାଇରେ ନିଖୋଜ ଆଉ ୨ ଛାତ୍ରଙ୍କ ମୃତଦେହ । ଗତକାଲି ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଜି ସକାଳୁ ୨ ଛାତ୍ରଙ୍କ ମୃତଦେହ ଦମକଳାବାହିନୀ ଉଦ୍ଧାର କରିଛି  । ସେମାନେ ହେଲେ ବାଲେଶ୍ବରର ରୋହିତ ପରିଡ଼ା(୨୪) ଏବଂ କଟକ ବାଲିକୁଦାର ପ୍ରତୀକ ଧଳସାମନ୍ତ(୨୩) । ଗତକାଲି ୨ ଯୁବ ଇଞ୍ଜିନିୟର ଝାଡ଼ଖଣ୍ଡ ଜାମ୍‌ସେଦପୁରର ଆରିଆନ୍ ମିଶ୍ର(୨୫) ଓ କଟକର କୁମାର ଅବିନାଶଙ୍କଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ସୂଚନାଥାଉ କି, ବାଲିଅନ୍ତା ଥାନା ନିକଟ ବଇଁଚୁଆ ଧବଳାହାର ନିକଟରେ କୁଆଖାଇ ପଠାରେ ଭୋଜି କରିବାକୁ ଯାଇଥିଲେ ଅଟଳରସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନର ୯ ଜଣ ଛାତ୍ର ।  ୪ ଜଣ ଛାତ୍ର ଭୋଜି ସରିବା ପରେ କଲେଜକୁ ଫେରି ଆସିଥିଲେ । ଅନ୍ୟ ୫ ଜଣ ସେଠାରେ ରହି ଯାଇଥିଲେ । ସେମାନେ     କୁଆଖାଇକୁ ଗାଧୋଇବା ପାଇଁ ଯାଇଥିଲେ । ପ୍ରଖର ସ୍ରୋତରେ ୪ ଜଣ ଭାସି ଯାଇଥିଲେ ।

୪ମୃତ ଦେହ କୁ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ। ଗତକାଲି 8ଜଣ ସାଙ୍ଗ ଭୋଜିକରିବାକୁ ଆସିଥିଲେ। 5ଜଣ ଛାତ୍ର କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ତାଙ୍କର ଗୋଡ଼ ଖସି ଯିବାରୁ ଗଭୀର ଜଳ ସ୍ରୋତ ରେ ଭାସି ଯାଇଥିଲେ ୫ ଛାତ୍ର । ଜଣେ ଛାତ୍ରଙ୍କୁ ସୁରକ୍ଷିତର ସହ ସ୍ଥାନୀୟ ଲୋକେ ଗତକାଲି ଉଦ୍ଧାର କରିଥିଲେ ।