ଅକ୍ଟୋବର ସୁଦ୍ଧା ପ୍ରାପ୍ତ ବୟସ୍କ ଙ୍କ ପାଇଁ ଉପଲବ୍ଧ ହେବ କୋଭାଭାକ୍ସ ଟୀକା :ସେରମ ଇନଷ୍ଟିଚ୍ୟୁଟ

ସେରମ ଇନଷ୍ଟିଚ୍ୟୁଟ ଆଉ ଏକ ନୂଆ ଉତ୍ପାଦନ ହେଉଛି କୋଭାଭାକ୍ସ କରୋନା ଟିକା I ଏହି ଟିକା ଆସନ୍ତା ଅକ୍ଟୋବର ସୁଦ୍ଧା ପ୍ରାପ୍ତ ବୟସ୍କଙ୍କ ପାଇଁ ଉପଲବ୍ଧ ହେବ। ହେଲେ ଛୋଟ ପିଲାଙ୍କୁ କୋଭୋଭାକ୍ସ ଟିକା ୨୦୨୨ ମସିହା ଜାନୁଆରୀ କିମ୍ବା ଫେବୃଆରୀ ମିଳିବ ବୋଲି ଆଜି ସେରମ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି I
ସେରମ ଇନଷ୍ଟିଚ୍ୟୁଟକୁ ସରକାର ସବୁ ପ୍ରକାରର ସହାୟତା କରୁଥିବାରୁ ପୁନାୱାଲା ଧନ୍ୟବାଦ ଜଣାପଇଛନ୍ତି। ସେ କହିଛନ୍ତି, “ଆମେ ଭାରତ ସରକାର ଓ ମୋଦିଜୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛୁ। ଟିକା ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ସବୁ ପ୍ରକାରର ସହାୟତା କରି ଚାଲିଛନ୍ତି।”
ପୁନାୱାଲା ଆହୁରି କହିଛନ୍ତି ଯେ ତାଙ୍କ କମ୍ପାନୀ ସବୁବେଳେ ଲୋକଙ୍କ ଚାହିଦାକୁ ମେଣ୍ଟାଇବା ପାଇଁ କୋଭିସିଲ୍ଡ ଟିକାର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରୟାସ କରୁଛି। ସେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସଂସଦରେ ଭେଟି ୩୦ ମିନିଟ୍‌ କାଳ ବୈଠକ କରିଥିଲେ। ଏହି ସମୟରେ ଟିକାର ଉତ୍ପାଦନ ବିଷୟରେ ଉଭୟ କଥା ହୋଇଥିବା ଜଣାପଡ଼ିଛି।

Comments (0)
Add Comment