କଣ୍ଠିମାଳା ପିନ୍ଧୁଛନ୍ତି କି, ଜାଣନ୍ତୁ ପିନ୍ଧିବାର ନିୟମ

ହିନ୍ଦୁ ଧର୍ମରେ ତୁଳସୀ ଙ୍କୁ ଅତି ଭକ୍ତି ର ସହିତ ଆରାଧନା କରାଯାଇଥାଏ । ଏହା ଅତ୍ୟନ୍ତ ପବିତ୍ର ବୃକ୍ଷ ତା ସହିତ ତୁଳସୀ ପତ୍ର ଭଗବାନ ବିଷ୍ଣୁ ଙ୍କ ର ଅତି ପ୍ରିୟ I ତୁଳସୀ ପତ୍ର ପଡି ଭଗବାନଙ୍କୁ ଭୋଗ ଅର୍ପଣ କରାଯାଇଥାଏ I ଏହା ବ୍ୟତୀତ ଲୋକମାନେ ବେକରେ ତୁଳସୀ ପିନ୍ଧିଥାନ୍ତି I ତେଣୁ ବୈଷ୍ଣବ ଧର୍ମାବଲମ୍ବୀମାନେ ସର୍ବଦା ତୁଳସୀ ର କଣ୍ଠି ମାଳା ପିନ୍ଧି ଥାନ୍ତି I ତେବେ ତୁଳସୀ ମାଳା ପିନ୍ଧିବାରେ କେତୋଟି ଅତି ଗୁରୁତ୍ତ୍ୱପୂର୍ଣ୍ଣ ନିୟମ ରହିଥାଏ ,ମାଳା ପିନ୍ଧିବା ପୂର୍ବରୁ ଏହି ନିୟମ ସବୁ ଜାଣି ନିଅନ୍ତୁ :

ତୁଳସୀ ମାଳା ବିଷୟରେ ମାନ୍ୟତା ରହିଛି ଯେ ଏହାକୁ ପିନ୍ଧୁଥିବା ବ୍ୟକ୍ତି ଙ୍କୁ ନର୍କର ଯନ୍ତ୍ରଣା ଭୋଗିବାକୁ ପଡେ ନାହିଁ I ଆହୁରି ମଧ୍ୟ ବିଶ୍ୱାସ ରହିଛି , ଯେଉଁମାନେ ତୁଳସୀ ମାଳା ପିନ୍ଧନ୍ତି ସେମାନେ ସ୍ୱର୍ଗରେ ସ୍ଥାନ ପାଇଥାନ୍ତି I ଏହା ବ୍ୟତୀତ, ଜନ୍ମ ଏବଂ ମୃତ୍ୟୁ ଚକ୍ରରୁ ମଧ୍ୟ ବ୍ୟକ୍ତି ଙ୍କୁ ମୁକ୍ତି ମିଳିଥାଏ I କୁହାଯାଏ ଯେ ତୁଳସୀ ର ମାଳା ପିନ୍ଧି ଗାଧୋଇଲେ ସମସ୍ତ ତୀର୍ଥର ଫଳ ଦେଇଥାଏ I ଏହି କାରଣରୁ ଭଗବାନ ବିଷ୍ଣୁଙ୍କ ର ଭକ୍ତମାନେ ତୁଲସୀ ର କଣ୍ଠି ମାଳା ପିନ୍ଧି ଥାନ୍ତି I କିନ୍ତୁ କଣ୍ଠି ମାଳା ପିନ୍ଧିବାର ଅନେକ ଜରୁରୀ ନିୟମ ମଧ୍ୟ ରହିଛି I
ଯେଉଁମାନେ ତୁଳସୀ କଣ୍ଠି ମାଳା ପିନ୍ଧନ୍ତି ସେମାନେ ସର୍ବଦା ଶାକାହାରୀ ଖାଦ୍ୟ ଖାଇବା ଉଚିତ୍ I ଏ ପରିକି ସେମାନଙ୍କୁ ରସୁଣ ଏବଂ ପିଆଜ ଖାଇବା ଠାରୁ ମଧ୍ୟ ଦୁରେଇ ରହିବ ଉଚ୍ଚିତ I କାରଣ ପିଆଜ ରସୁଣ ଏବଂ ଆମିଷ ହେଉଛି ତାମସିକ ଖାଦ୍ୟ I ଭଗବାନ ଙ୍କ ଆରାଧନା ପାଇଁ ଏ ସବୁରୁ ଦୁରେଇ ରହିବାକୁ ପଡିବ I ଅନ୍ୟପକ୍ଷରେ ତୁଳସୀ ମାଳରେ ଦେବୀ ଭଗବତୀ ଏବଂ ଭଗବାନ ଶିବଙ୍କର ମନ୍ତ୍ର ଜପ କଲେ ଏହା ସିଦ୍ଧ ହୋଇଥାଏ I ସେହିପରି ତୁଳସୀ ମାଳରେ ଭଗବାନ ବିଷ୍ଣୁଙ୍କ ଦ୍ଵାଦଶକ୍ଷରୀ ମନ୍ତ୍ର ଜପ କରିବା ଅତ୍ୟନ୍ତ ଶୁଭ ହୋଇଥାଏ, ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି I
ତେବେ ତୁଳସୀ ମାଳା ଧାରଣ କଲେ ବ୍ୟକ୍ତି ସର୍ବଦା ଥଣ୍ଡା କାଶ ,କଫ ବା ଶ୍ୱାସ ଜନିତ କଷ୍ଟରୁ ଆରାମ ପାଇଥାଏ I ଯଦି ଗୃହସ୍ଥ ବ୍ୟକ୍ତି ଶାକାହାରୀ ଭୋଜନ କରିପାରୁ ନାହାନ୍ତି ତେବେ ଏହାକୁ ଧାରଣ କରି ଅବମାନନା କରନ୍ତୁ ନାହିଁ I କେବଳ ପୂଜା ସମୟରେ ମନ୍ତ୍ର ଜପ କରି ଏହାକୁ ଉତାରି ଦିଅନ୍ତୁ I ଆଉ ଏକ ବିଶେଷ କଥା ହେଉଛି କଣ୍ଠି ମାଳା ପିନ୍ଧି କେବେ ମଧ୍ୟ ମିଛ କହିବେ ନାହିଁ I କିମ୍ବା ଅନ୍ୟାୟ ର ସପକ୍ଷ ନେବେ ନାହିଁ I ଏହା ନର୍କ ଯନ୍ତ୍ରଣା ସହିତ ସମାନ ହୋଇଥାଏ I

Comments (0)
Add Comment