ତ୍ରୀକୋଣୀୟ ପ୍ରେମ କୁ ନେଇ ରାଜଧାନୀରେ ଛୁରାମାଡ଼

ପୁଣି ଅଶାନ୍ତ ହୋଇଛି ରାଜଧାନୀ । ଗତ କିଛିଦିନ ପୂର୍ବରୁ କମେଣ୍ଟ ମାରିବା ଘଟଣାକୁ ନେଇ ସୈନିକ ସ୍କୁଲ ସାମ୍ନାରେ ଛୁରାମାଡ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପୁଣି ରାଜଧାନୀ ଭୁବନେଶ୍ଵରରେ ଘଟିଛି ଆଉ ଏକ ଛୁରାମାଡ ଘଟଣା। ଶୈଳଶ୍ରୀବିହାର ଅଞ୍ଚଳରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଛୁରାମାଡ଼ରେ ଆହତ ଓ ଅଭିଯୁକ୍ତ ଯୁବକ ଉଭୟ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତଙ୍କୁ ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି I

Comments (0)
Add Comment