କିଟ ଇଣ୍ଟରନେଟ ନ୍ୟାସନାଲ ଶିକ୍ଷୟିତ୍ରୀଙ୍କ କୃତିତ୍ୱ, ଜାତୀୟସ୍ତରୀୟ ପ୍ରତିଯୋଗିତାରେ କାଞ୍ଜି ପାଇଁ ହେଲେ ବିଜୟୀ

ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ କିଟ ଇଣ୍ଟରନେଟ ନ୍ୟାସନାଲ ଶିକ୍ଷୟିତ୍ରୀଙ୍କ କୃତିତ୍ୱ। ସହର ଏବଂ ଗାଁରେ ଅପପୁଷ୍ଟିର ମୁକାବିଲା ପାଇଁ କାଞ୍ଜିକୁ ସମାଧାନର ରାସ୍ତା ଭାବି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଶିକ୍ଷୟିତ୍ରୀ ଡ଼କ୍ଟର ସୁନୀତା ପଟ୍ଟନାୟକ । ପୁରସ୍କାର ବାବଦରେ ତାଙ୍କୁ ୨୫ହଜାର ଟଙ୍କା ଦିଆଯାଇଛି। ସେ କହିଛନ୍ତି, ଗ୍ଲେନ୍‌ମାର୍କ ଫାର୍ମାସ୍ୟୁଟିକାଲ କମ୍ପାନି ପକ୍ଷରୁ ‘ମେରି ପୌଷ୍ଟିକ ରଷୋଇ-୨୦୨୦’ର ଅନଲାଇନ୍ ପ୍ରତିଯୋଗିତା ହୋଇଥିଲା
ଶୀର୍ଷକ ଥିଲା, ପାରମ୍ପରିକ ଏବଂ ସାଧାରଣ ପରିବାରରେ ଉପଲବ୍ଧ ଖାଦ୍ୟ ଜରିଆରେ କିଭଳି ଅପପୁଷ୍ଟିର ମୁକାବିଲା ହୋଇପାରିବ ଏଥିରେ ସୁନୀତା ଦର୍ଶାଇଥିଲେ, ପଖାଳରୁ ତିଆରି କାଞ୍ଜି ଉଭୟ ପିଲା ଏବଂ ଗର୍ଭବତୀ ମହିଳାଙ୍କ ଅପପୁଷ୍ଟି ମୁକାବିଲା କରିପାରିବ ବାସି ପଖାଳକୁ ଚକଟି ଲୁଣ, ହଳଦୀ ମିଶାଇ ଉଷୁମ କରି ଗାଜର, ଛୁଇଁ ଭଳି ପରିବା ମିଶାଇ କାଞ୍ଜି ପ୍ରସ୍ତୁତ କରାଯାଇପାରିବ। ଏହା ପୁଷ୍ଟିକର ଓ ପେଟକୁ ମଧ୍ୟ ଥଣ୍ଡା ରଖେ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଏହି ପ୍ରତିଯୋଗିତାରେ ୧୧୪ ସହର, ୨୩ ରାଜ୍ୟ, ୩ କେନ୍ଦ୍ରଶାସିତ ଅଞ୍ଚଳର ୧୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗୀଙ୍କ ଖାଦ୍ୟ ନମୁନା ସଂଗ୍ରହ ପରେ ସୁନୀତାଙ୍କ ଖାଦ୍ୟ ନମୁନାକୁ ଯୋଗ୍ୟ ବିବେଚିତ କରାଯାଇଥିଲା ।