ଭୁବନେଶ୍ୱର,୩।୭: କିଟ୍ ଗବେଷକମାନଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ‘ଦି ଲାନସେଟ୍’ରେ ପ୍ରକାଶିତ ହୋଇଛି। ଏଥିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ ସ୍ତନ କର୍କଟ ସ୍କ୍ରିନିଂ ମୂଲ୍ୟାଙ୍କନ କରିବା ସମୟରେ ବୟସ-ସମ୍ବନ୍ଧୀୟ ଟ୍ୟୁମର ଜୀବବିଜ୍ଞାନକୁ ବିଚାର ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଜୈବିକ ପାଥର୍କ୍ୟଗୁଡ଼ିକୁ ସାମିଲ କରିବା ଦ୍ୱାରା ଏଆଇ-ଆଧାରିତ ମାମୋଗ୍ରାଫି କାର୍ଯ୍ୟକ୍ରମଗୁଡ଼ିକର ମୂଲ୍ୟାଙ୍କନ ପ୍ରକ୍ରିୟାକୁ ସୁଦୃଢ଼ କରାଯାଇପାରିବ।
ଏହା ଉପରେ ମତ ଦେଇ କିଟ ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥ ନିର୍ଦ୍ଦେଶକ ଡା ରମ୍ୟା ପିନ୍ନାମାନେନି, ଆସୋସିଏଟ୍ ପ୍ରଫେସର ଡା ପ୍ରତାପ କୁମାର ଜେନା ଏବଂ ପିଏଚଡି ଗବେଷକ ସବ୍ୟସାଚୀ ଶୁକ୍ଳା କହିଲେ, କୃତ୍ରିମ ବୁଦ୍ଧିମତ୍ତା-ଚାଳିତ ମାମୋଗ୍ରାଫି ଉପକରଣଗୁଡ଼ିକୁ କେବଳ ସେମାନଙ୍କର ବୈଷୟିକ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ମୂଲ୍ୟାଙ୍କନ କରିବା ଉଚିତ୍ ନୁହେଁ। ବରଂ, ସ୍ତନ କର୍କଟ ସ୍କ୍ରିନିଂର ପ୍ରଭାବଶାଳୀତା ସଂପର୍କରେ ଅଧିକ ନିର୍ଭରଯୋଗ୍ୟ ପ୍ରମାଣ ପାଇବା ପାଇଁ, ବିଭିନ୍ନ ବୟସ ଗୋଷ୍ଠୀ ମଧ୍ୟରେ ଟ୍ୟୁମର ବୃଦ୍ଧିରେ ଥିବା ଜୈବିକ ପାଥର୍କ୍ୟକୁ ବିଚାର କରିବା ଆବଶ୍ୟକ।
ସ୍ୱିଡେନରେ ହୋଇଥିବା ଏମ୍ଏଏସଏଆଇ ପରୀକ୍ଷଣ ନିଷ୍କର୍ଷ ଆଧାରରେ ସ୍ତନ କର୍କଟ ଚିହ୍ନଟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରଭାବ ମୂଲ୍ୟାଙ୍କନ କରୁଥିବା ବିଶ୍ୱର ସବର୍ବୃହତ ଅଧ୍ୟୟନ ମଧ୍ୟରୁ ଏହା ଅନ୍ୟତମ। ପରୀକ୍ଷଣରେ ଦର୍ଶାଯାଇଥିଲା ଯେ ଏଆଇ-ସହାୟତାପ୍ରାପ୍ତ ସ୍କ୍ରିନିଂ ଅଧିକ କର୍କଟ ଚିହ୍ନଟ କରିଛି ଏବଂ ରେଡିଓଲୋଜିଷ୍ଟମାନଙ୍କ ଦ୍ୱାରା ବ୍ୟବହୃତ ପାରଂପରିକ ‘ଡବଲ-ରିଡିଂ’ ପଦ୍ଧତି ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ଏହା ଉପରେ କିଟ ଗବେଷଣା ଦଳ ଯୁକ୍ତି ଦେଇଛନ୍ତି ଯେ ଅଧ୍ୟୟନ ଟ୍ୟୁମରର ଜୈବିକ ବୈଶିଷ୍ଟ୍ୟରେ ବୟସ-ସମ୍ବନ୍ଧୀୟ ପାଥର୍କ୍ୟକୁ ପର୍ଯ୍ୟାପ୍ତ ବିଚାର କରାଯାଇନାହିଁ।
ଗବେଷକଙ୍କ ଅନୁସାରେ, ସବୁ ବୟସର ମହିଳାଙ୍କୁ ସମାନ ଭାବରେ ସ୍ତନ ର୍କକଟ ଆକ୍ରାନ୍ତ କରେନାହିଁ। ଯୁବାବସ୍ଥାରେ ଟ୍ୟୁମରଗୁଡ଼ିକ ପ୍ରାୟତଃ ଦ୍ରୁତ ଗତିରେ ବୃଦ୍ଧି ପାଏ, ଯେତେବେଳେ ବୟସ୍କ ମହିଳାଙ୍କଠାରେ ଟ୍ୟୁମରଗୁଡ଼ିକ ସାଧାରଣତଃ ଧୀରେ ବଢ଼ିଥାଏ ଏବଂ ଦୀର୍ଘ ସମୟ ପରେ ଚିହ୍ନଟଯୋଗ୍ୟ ହୋଇଥାଏ। ଡା ପ୍ରତାପ ଜେନା ଉଲ୍ଲେଖ କରିଛନ୍ତି ଯେ ଏଆଇ ମୂଲ୍ୟାଙ୍କନ ଢାଞ୍ଚାରେ ଜୈବିକ କାରକଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ର୍ପୂବାନୁମାନ ସଠିକତା ବୃଦ୍ଧି ପାଇପାରେ ଏବଂ ଏଆଇ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନରେ ତ୍ରୁଟି ହ୍ରାସ ପାଇପାରେ। ଏହାକୁ ଦୃଷ୍ଟିରେ ରଖି, ଗବେଷକମାନେ ପରାମର୍ଶ ଦେଇଛନ୍ତି ଯେ ଏଆଇ -ସହାୟତାପ୍ରାପ୍ତ ମାମୋଗ୍ରାଫି ଉପରେ ଭବିଷ୍ୟତର ଅଧ୍ୟୟନରେ ଗାଣିତିକ ମଡେଲଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ଉଚିତ ଯାହା ର୍କକଟ ପ୍ରଗତିରେ ବୟସ-ସମ୍ବନ୍ଧୀୟ ପରିବର୍ତ୍ତନ ଜଣାପଡ଼ିବ।