କିମ୍‍ସ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ କଲେଜ

ଭୁବନେଶ୍ୱର,୨ା୯: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ) ମେଡିକାଲ୍‍ କଲେଜ ରାଜ୍ୟର ଶ୍ରେଷ୍ଠ ମେଡିକାଲ କଲେଜ ଏବଂ ସମଗ୍ର ଭାରତର ଘରୋଇ ମେଡିକାଲ୍‍ କଲେଜ ଭାବେ ୧୬ତମ ସ୍ଥାନରେ ରହିଛି । ନିକଟରେ ‘ଦି ଉଇକ’ ପତ୍ରିକା ଏବଂ ହଂସ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ସର୍ଭେରେ କିମ୍‍ସ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ୍‍ କଲେଜ ଭାବେ ସ୍ଥାନ ପାଇଛି । ଉତ୍ତମ ମାନର ଡାକ୍ତରୀ ଶିକ୍ଷାଦାନ ଓ ଗବେଷଣା, ଉତ୍ତମ ଚିକିତ୍ସା ଓ ରୋଗୀସେବା ପାଇଁ କିମ୍‍ସକୁ ଏହି ସଫଳତା ମିଳିଛି । ଏହି ସଫଳତାରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିମ୍‍ସର ସମସ୍ତ ପ୍ରଫେସର ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ୨୦୦୭ରେ ଆରମ୍ଭ ହୋଇଥିବା କିମ୍‍ସ ଖୁବ୍‍ ଅଳ୍ପ ବର୍ଷ ମଧ୍ୟରେ ଡାକ୍ତରୀ ଶିକ୍ଷା, ଓ ଚିକିତ୍ସା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସୁନାମ ଆଣିପାରିଛି । ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସରକାରଙ୍କ ଏନ୍‍ଆଇଆରଏଫ୍‍ ରାଙ୍କିଙ୍ଗରେ କିମ୍‍ସ ଦେଶର ଶ୍ରେଷ୍ଠ ମେଡିକାଲ କଲେଜର ୩୦ତମ ସ୍ଥାନରେ ରହିଥିବା ବେଳେ ଆଉଟଲୁକ୍‍ ପତ୍ରିକା ଓ ଏନ୍‍ଇବି ରିସର୍ଚ୍ଚ ଦ୍ୱାରା କରାଯାଇଥିବା ରାଙ୍କିଙ୍ଗରେ ଦେଶର ସମଗ୍ର ପୂର୍ବାଞ୍ଚଳରେ କିମ୍‍ସ ୫ମ ସ୍ଥାନରେ ରହିଥିଲା । ଡାକ୍ତରୀ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାରେ ଗୁଣାତ୍ମକ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ମାଇଲ୍‍ ଖୁଣ୍ଟ କିମ୍‍ସ ସୁପରସ୍ପେଶିଆଲିଟି ହସ୍‍ପିଟାଲ୍‍ ଏବଂ କିମ୍‍ସ କ୍ୟାନ୍‍ସର ସେଣ୍ଟର ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‍ଘାଟିତ ହୋଇଯାଇଛି ।