ମାନସ ଦାସ ଘରେ ଖୋର୍ଦ୍ଧା ପୋଲିସ ର ଛାନଭିନ

ଗତ ୨ ତାରିଖରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିଥିଲା ଖୋର୍ଦ୍ଧା ପୋଲିସ I ଆଜି ଖୋର୍ଦ୍ଧା ପୋଲିସ ର ୩ଟି ଟିମ୍ ପହଂଚି ମାନସ ଦାସ ର ଭୁବନେଶ୍ବର ସ୍ଥିତ ସହିଦନଗର ଘରେ ଚଢ଼ାଉ କରିଛି ଇ ଗତ କିଛି ଦିନ ଧରି ମାନବବାଦ ସଂଗଠନ କରି ତାଲିବାନୀ ଶାସନ ଚଳାଉ ଥିଲା ମାନସ ଦାସ Iଏହି ଅପକର୍ମ ରେ ମାନସ ଦାସ ର ପୁଅ ମନୋରଞ୍ଜନ ଦାସ ବି ତାକୁ ସାହାଯ୍ୟ କରିଥିଲା
ମାନସଙ୍କ ନାଁରେ ବହୁ ସଂଗୀନ ଅଭିଯୋଗ ରହିଛି। ହତ୍ୟା ଓ ଧମକ ଦେବା ଆଦି ଅଭିଯୋଗ ରହିଛି। ଏହା ଛଡ଼ା ବାପ-ପୁଅଙ୍କୁ ଘରେ ପୂରାଇ ମାଡ଼ ମାରିବାର ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି।

ବେଗୁନିଆ ଥାନା ମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଘରୁ ଟେକିନେଇ କରଡଗାଡିଆ ଗାଁରେ ଅଗଷ୍ଟ ୨ ରେ ମାନବବାଦ ସଂଗଠନର ଶିଷ୍ୟ ବୋଲାଉଥିବା କିଛି ଗୁଣ୍ଡା ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା ହେଲେ ସଂଗଠନ ମୁଖ୍ୟ ମାନସ ଦାସଙ୍କ ନାଁରେ ଏତଲାରେ ଉଲ୍ଲେଖ ଥିଲେ ବି ତାଙ୍କୁ ଗିରଫ କରିନଥିଲା । ଯାହାକୁ ନେଇ ନିର୍ଯାତନାରେ ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କେବଳ ସତ୍ୟବ୍ରତ ନାୟକ ହତ୍ୟା ଘଟଣା ନୁହେଁ, ମାନସ ଦାସଙ୍କ ମାନବବାଦ ସଂଗଠନ ନାଁରେ ଲମ୍ବା ଅଭିଯୋଗ ତାଲିକା ଲମ୍ବି ଲମ୍ବି ଚାଲିଥିଲା। ସଙ୍ଗଠନର ନିୟମ ମାନୁନଥିବା ଲୋକଙ୍କୁ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଖୋର୍ଦ୍ଧା ଜିଲ୍ଲା ବୋଲଗଡ କଡବ ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ କୋଠ ଘରେ ପୂରାଇ ମାଡ଼ ମାରିବା ଭିଡିଓ ଭାଇରାଲ୍‌ ହେବା ପରେ ସଂଗଠନର ଅସଲ ଚିତ୍ର ସାମ୍ନାକୁ ଆସିଥିଲା। ମାନବବାଦ ସଂଗଠନ ର ଶିଷ୍ୟ ମାନେ ମାନସ ଦାସ କୁ ଗୁରୁଜୀ ବୋଲି ସମ୍ବୋଧନ କରି ଥାନ୍ତି I

Comments (0)
Add Comment