ଖେରି ହିଂସା: କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ମୁଖ୍ୟ ଅଭିଯୁକ୍ତ, ଜାମିନ ନାମଞ୍ଜୁର

ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ହେଉଛନି ମୁଖ୍ୟ ଅଭିଯୁକ୍ତ ଇ ତାଙ୍କ ଜାମିନ ଆବେଦନକୁ ସୋମବାର ଜିଲ୍ଲା ଓ ସେସନ୍ସ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସେହିପରି ତାଙ୍କ ୨ ସହଯୋଗୀଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ଅକ୍ଟୋବର ୩ରେ ଲଖିମପୁର ଖେରିରେ ହିଂସା ଘଟି ୮ ଜଣଙ୍କ ଜୀବନ ଯାଇଥିଲା।
ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଙ୍କ ଗସ୍ତକୁ ବିରୋଧ କରି ଲଖିମପୁର ଖେରି ରେ ଚାଷୀମାନେ ଆନ୍ଦୋଳନ କରୁଥିଲେ ଇ ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଆନ୍ଦୋଳନରତ ଚାଷୀ ମାନଙ୍କୁ ଗାଡି ମଡ଼ାଇ ହତ୍ୟା କରିଥିଲେ I ଫଳରେ ଚାଷୀ ମାନେ ଉତ୍ୟକ୍ତ ହୋଇ ହିଂସାକାଣ୍ଡ ଘଟାଇଥିଲେ ଏବଂ ଆଶିଷ ମିଶ୍ରଙ୍କ ‘ଥର’ ଗାଡି ଚଳାଉ ଥିବା ଡ୍ରାଇଭର କୁ ଟାଣି ଆଣି ହତ୍ୟା କରିଥିଲେ ଇ ପରବର୍ତୀ ହିଂସା ରେ ଜଣେ ସାମ୍ବାଦିକଙ୍କ ସମେତ ୩ ବିଜେପି କର୍ମୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା I ଏବଂ ଆଶିଷ ମିଶ୍ର ନିଜ ବନ୍ଧୁକରୁ ଚାଷୀ ମାନଙ୍କୁ ଗୁଳି ଚଳାଇ ଖେତ ମଧ୍ୟ ଦେଇ ଫେରାର ହୋଇଯାଇଥିଲେ I ତାଙ୍କ ବନ୍ଧକରୁ ଗୁଳି ଚାଲିଥିବା ଫରେନ୍ସିକ ଟେଷ୍ଟରୁ ମଧ୍ୟ ସ୍ପଷ୍ଟ ହୋଇଛି।
ଏ ସଂକ୍ରାନ୍ତରେ ସ୍ୱତନ୍ତ୍ର ପ୍ରସ୍ୟୁକେସନ ଅଫିସର ଏସପି ଯାଦବ କହିଛନ୍ତି, ତଦନ୍ତ ରିପୋର୍ଟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଆଶିଷଙ୍କ ନାଁ ରହିଛି। ଏସ୍‌ଆଇଟି ତାଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ଯୋଗାଡ଼ କରିବାକୁ ସକ୍ଷମ ହୋଇଛି। ଏହାକୁ ଦୃଷ୍ଟିରେ ରଖି ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତାଙ୍କର ଦୁଇ ସହଯୋଗୀ ଲଭ କୁଶ ରାଣା ଓ ଆଶିଷ ପାଣ୍ଡେ ମଧ୍ୟ ଜାମିନ ଆବେଦନ କରିଥିଲେ। ଏହାକୁ ବି ଅଗ୍ରାହ୍ୟ କରାଯାଇଛି ବୋଲି ସେ କହିଛନ୍ତି।
ଜିଲ୍ଲା ସରକାରୀ ଓକିଲ ଅରବିନ୍ଦ ତ୍ରିପାଠୀ କହିଛନ୍ତି, ଆଶିଷ ହିଂସା ବେଳେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ୬୦ରୁ ଅଧିକ ଚାଷୀ କହିବା ସହ ଏସ୍‌ଆଇଟି ମଧ୍ୟ ଏସମ୍ପର୍କରେ ପ୍ରମାଣ ପାଇଛି। ଚାଷୀଙ୍କ ଉପରେ ମଡ଼ାଇ ଦିଆଯାଇଥିବା ମହିନ୍ଦ୍ରା ଥରର ଡ୍ରାଇଭର ପାଖ ସିଟରେ ଆଶିଷ ଘଟଣା ଦିନ ବସିଥିଲେ।ଆଶିଷଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଅତ୍ୟନ୍ତ ସାଂଘାତିକ। ସେହିପରି ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି

Comments (0)
Add Comment