ମୋଦିଙ୍କୁ ହସାଇଲେ ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ସଂସଦରେ ଭାଷଣ ଦେଉଥିବା ବେଳେ କିଛି ଏମିତି କଥା କହିଥିଲେ, ଯାହା ଶୁଣିବା ପରେ ବିଜେପି ନେତାମାନେ ଖୁସି ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହସିବାକୁ ଲାଗିଥିଲେ। ଯାହାର ଭିଡ଼ିଓ ବିଜେପି ନେତାମାନେ ସେୟାର କରୁଛନ୍ତି ଏବଂ ୨୦୨୪ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ମଲ୍ଲିକାର୍ଜୁନ ଖଡ଼ଗେ ଗୃହରେ ସରକାରଙ୍କ ତ୍ରୁଟି ଗଣନା କରୁଥିଲେ। ସେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଇତ୍ୟାଦି ଉପରେ ନିଜର ମତାମତ ଉପସ୍ଥାପନ କରୁଥିଲେ। ଏହି ସମୟରେ ସେ କହିଥିଲେ ଯେ ତୁମେ ଏହା କର, ତୁମର ସଂଖ୍ୟାଗରିଷ୍ଠତା ଅଛି। ପୂର୍ବରୁ ଆମେ ୩୩୦-୩୪୦ ଆସନ ସମ୍ପର୍କରେ ଆଲୋଚନା କରୁଥିଲେ। ବର୍ତ୍ତମାନ ଏହା ୪୦୦ ଉପରେ ଅତିକ୍ରମ କରୁଥିବା ଆପଣମାନେ ଦାବି କରୁଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏହି ଭାଷଣ ଶୁଣିବା ପରେ ବିଜେପି ନେତାଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ମଲ୍ଲିକାର୍ଜୁନ କହୁଥିବା ସମୟରେ ଅବ କି ବାର ୪୦୦ ପାର ବୋଲି ସେ କହି ଦେଇଥିଲେ। ତେବେ ଅଧା କହି ଗୃହରେ ଅଟକି ଯାଇଥିଲେ ମଲ୍ଲିକାର୍ଜୁନ ଖଡ଼ଗେ।

ଏହା ଶୁଣିବା ପରେ ବିଜେପି ସାଂସଦମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହସି ଉଠିଥିଲେ। ଏହାପରେ ଖଡଗେ କହିଥିଲେ କି ଯେଉଁମାନେ ତାଳିମାରୁଛନ୍ତି ସେମାନେ କେବଳ ମୋଦୀଙ୍କ ନାଁରେ ନିର୍ବାଚନ ଜିତି କରି ଆସୁଛନ୍ତି। ଆଉ ଏମାନଙ୍କ କାମ ହିଁ କେବଳ ତାଳି ମାରିବା। ଏହାରି ମଧ୍ୟରେ ପିୟୁଷ ଗୋଏଲ ଛିଡ଼ା ହୋଇ କହିଥିଲେ କି ଖଡ଼ଗେ ଆଜି ଯାହା ସବୁ କହିଛନ୍ତି ସବୁ ସତ କହିଛନ୍ତି। ସତ ଛଡ଼ା ସେ ଆଉ କିଛି କହି ନାହାନ୍ତି ବୋଲି କହିଥିଲେ। ବର୍ତ୍ତମାନ ବିଜେପି ନେତାମାନେ ମଧ୍ୟ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଲେଖିଛନ୍ତି ଯେ ମଲ୍ଲିକାର୍ଜୁନ ଖଡ଼ଗେ ଏହା ମଧ୍ୟ କହିଛନ୍ତି ଯେ ‘ଆପଣଙ୍କର ସଂଖ୍ୟା ଗରିଷ୍ଠତା ଅଛି ଏବଂ ଏଥର ଏହା ୪୦୦ ଅତିକ୍ରମ କରୁଛି।’ ପୀୟୁଷ ଗୋୟଲଙ୍କ ସମେତ ବହୁ ବିଜେପି ନେତା ଖାଡ଼ଗେଙ୍କର ଏହି ଭିଡିଓ ସେୟାର କରିଛନ୍ତି।