କେନ୍ଦ୍ରୀୟ ବିଦ୍ୟାଳୟ ଆଡମିଶନ 2022: ଶ୍ରେଣୀ ୨ ରୁ ୯ମ ରେ ଆଡମିଶନ ପାଇଁ ଆବେଦନ ଆରମ୍ଭ

ଦେଶର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ଶ୍ରେଣୀ ୨ ରୁ ଶ୍ରେଣୀ ୯ ମ ପର୍ଯ୍ୟନ୍ତ ଆଡମିଶନ ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି I ଅଭିଭାବକମାନେ,ନିଜ ନିଜ ଅଂଚଳରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ନିଜ ପିଲାମାନଙ୍କର ଆଡମିଶନ ପାଇଁ ଆବେଦନ କରିପାରିବେ I, ସେମାନେ ସରକାରୀ ୱେବସାଇଟ୍ କୁ ଯାଇ ଦିଆଯାଇଥିବା ନିୟମାବଳୀ ଅନୁସାରେଆବେଦନ କରିପାରିବେ I ଅଫିସିଆଲ୍ ୱେବସାଇଟ୍ kvsonlineadmission.kvs.gov.in ରେ ଆବେଦନ ଲିଙ୍କ୍ ଦିଆଯାଇଛି I
ଆବେଦନ ର ଶେଷ ତାରିଖ ୧୬ ଏପ୍ରିଲ
ଆଜିଠାରୁ ୧୬ ଏପ୍ରିଲ ମଧ୍ୟରେ ଆବେଦନ ପତ୍ର ଗ୍ରହଣ କରାଯିବ I ଏହା ପରେ ସିବିଏସ୍ଇ ସମେତ ଅନ୍ୟାନ୍ୟ ବୋର୍ଡର ୧୦ମ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୧୧ ଶ୍ରେଣୀର ଆଡମିଶନ ପାଇଁ ଆବେଦନ ଆରମ୍ଭ ହେବ I

ଆଡମିଶନ ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ
ସର୍ବପ୍ରଥମେ kvsonlineadmission.kvs.gov.in କୁ ଯାଆନ୍ତୁ
ଶ୍ରେଣୀ ଚୟନ କରନ୍ତୁ ଏବଂ ଫର୍ମ ପୂରଣ କରନ୍ତୁ
ଏହା ପରେ ସମ୍ପୃକ୍ତ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଫର୍ମ ଫି ପୁରଣ କରନ୍ତୁ
ଫର୍ମର ଏକ କପି ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ଆପଣଙ୍କ ପାଖରେ ରଖନ୍ତୁ

କେନ୍ଦ୍ରୀୟ ବିଦ୍ୟାଳୟ ୧୯୬୩ ରୁ ଆରମ୍ଭ ହୋଇଛି Iବର୍ତ୍ତମାନ ଭାରତରେ କେନ୍ଦ୍ରିୟ ବିଦ୍ୟାଳୟ ସଂଖ୍ୟା ୧ ,୨୨୫ ରହିଛି I ଏହା ବ୍ୟତୀତ ବିଦେଶରେ ମଧ୍ୟ ତିନୋଟି କେନ୍ଦ୍ରିୟ ବିଦ୍ୟାଳୟ ରହିଛି , ଯେଉଁଥିରେ ଭାରତୀୟ ଦୂତାବାସର କର୍ମଚାରୀ ଏବଂ ଅନ୍ୟ ବିଦେଶୀ ଭାରତୀୟମାନେ ଅଧ୍ୟୟନ କରୁଛନ୍ତି I ତେବେ ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ବର୍ତ୍ତମାନ ସାଧାରଣ ପରିବାରରୁ ଆସୁଥିବା ୩୦ ପ୍ରତିଶତ ପିଲାମାନଙ୍କୁ ଆଡ଼ମିସନ ପାଇଁ ସିଟ୍ ବ୍ୟବସ୍ଥା କରାଯାଇଛି I