ଘରେ ରଖନ୍ତୁ ହାତୀ ର ପ୍ରତିମୂର୍ତ୍ତି ସୁଖ ,ଶାନ୍ତି ବୃଦ୍ଧି ସହିତ ଦୂର ହେବ ଆର୍ଥିକ ସମସ୍ୟା

ହାତୀ କୁ ଐଶ୍ୱର୍ଯ୍ୟ ର ପ୍ରତୀକ ବୋଲି ଧରାଯାଏ I ତେଣୁ , ଘରେ ରୂପା କିମ୍ବା ପିତ୍ତଳ ହାତୀ ର ମୂର୍ତ୍ତି ରହିବା ଅତ୍ୟନ୍ତ ଶୁଭ ହୋଇଥାଏ I ଘରେ ସୁଖ ଶାନ୍ତି ବୃଦ୍ଧି ପାଇଁ ଆମେ ମାନେ ବିଭିନ୍ନ ସାଧନ ଆପଣେଇଥାଉ I ଚାଇନିଜ୍ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏଥିପାଇଁ ଅନେକ ଟିପ୍ସ ଦିଆଯାଇଛି I ସେଥି ମଧ୍ୟରୁ ହାତୀ ର ପ୍ରତିମୂର୍ତ୍ତି ଘରେ ରଖିବା ଅନ୍ୟତମ I ଆସନ୍ତୁ ଜାଣିବା କେଉଁଠି ରଖିବେ ହାତୀ ର ପ୍ରତି ମୂର୍ତି I
ସକରାତ୍ମକ ପରିବେଶ ପାଇଁ
ଶାସ୍ତ୍ରରେ ହାତୀକୁ ଦେବୀ ଲକ୍ଷ୍ମୀଙ୍କ ସହିତ ଯୋଡ଼ା ଯାଇଥାଏ । ଘରେ ହାତୀ ର ପ୍ରତିମୂର୍ତି ରଖିଲେ ସର୍ବଦା ସୁଖ, ସମୃଦ୍ଧି ଏବଂ ସକାରାତ୍ମକ ପରିବେଶ ରହିଥାଏ I ଘରର ମୁଖ୍ୟ ଦ୍ୱାର ନିକଟରେ ଶୁଣ୍ଢ ଉଠାଇ ଥିବା ହାତୀ ର ମୂର୍ତି କୁ ଦୁଆର ଦୁଇ ପଟେ ରଖିଲେ ଘରର ସଦସ୍ୟମାନଙ୍କୁ କାର୍ଯ୍ୟରେ ସିଦ୍ଧି ସହିତ ଆର୍ଥିକ ସଫଳତା ମିଳିଥାଏ I ଏହା ସହିତ ଘରର ସୁରକ୍ଷା କବଚ ହୋଇଥାଏ I

ପଢା ଘରେ
ପିଲାମାନଙ୍କ ପାଠ ବଢିବା ସ୍ଥାନରେ କିମ୍ବା ଅଧ୍ୟୟନ କକ୍ଷ କିମ୍ବା କାର୍ଯ୍ୟାଳୟରେ ହାତୀର ଚିତ୍ର ରଖିବା ମଧ୍ୟ ଶୁଭ ବୋଲି ମନ ଯାଇଅଥାଏ I ଯଦି ଆପଣ ପିଲାମାନଙ୍କ କୋଠରୀରେ କୌଣସି ଚିତ୍ର ଆଙ୍କିବାକୁ ଚାହୁଁଛନ୍ତି, ତେବେ ଗୋଟିଏ ମା’ ହାତୀ ଏବଂ ତା ଛୁଆ ର ଫୋଟୋ ରଖନ୍ତୁ I ଏହା ଦ୍ୱାରା ପିଲାଙ୍କ ର ଏକାଗ୍ରତା ଓ ଜ୍ଞାନ ବଢି ଥାଏ Iଆପଣ ହାତୀମାନଙ୍କର ପ୍ରତିମୂର୍ତ୍ତି ସ୍ୱରୂପ ୱାଲପେପର ମଧ୍ୟ ରଖିପାରିବେ I

ଦାମ୍ପତ୍ୟ ଜୀବନରେ ନିବିଡ଼ତା ଆସିଥାଏ
ଯଦି ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥାଏ। କିମ୍ବା ସେମାନଙ୍କ ମଧ୍ୟରେ ଲଗାତାର ଝଗଡା ଝାଟି ଲାଗି ରହୁଥାଏ , ଏଭଳି ପରିସ୍ଥିତିରେ ନିଜ ଶୋଇବା ଘରେ ହାତୀ ର ଏକ ଯୋଡ଼ା ମୂର୍ତି ରଖନ୍ତୁ I ଶୋଇବା ଘରେ ରୁପାର ହାତୀ ରଖିଲେ ରାହୁ ଦୋଷ ଦୂର ହୋଇ ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ମଧୁରତା ଆସି ଥାଏ Iଏହା କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ପ୍ରେମ ସର୍ବଦା ଅକ୍ଷୁର୍ଣ୍ଣ ରହିଥାଏ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ I

ଧନ ବୃଦ୍ଧି ପାଇଁ
ଯଦି ସମ୍ଭବ ହୁଏ ରୂପା ତିଆରି ହାତୀକୁ ଠାକୁର ଘରର ଉତ୍ତର ଦିଗରେ ରଖନ୍ତୁ । ଏହାର କାରଣ ହେଉଛି ଏହି ଦିଗ ସହିତ ମା ଲକ୍ଷ୍ମୀଙ୍କ ପ୍ରତ୍ୟକ୍ଷ ସମ୍ପର୍କ ଅଛି I ଏହା କରିବା ଦ୍ୱାରା ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ଦୂର ହୋଇଥାଏ I ଏହା ବ୍ୟତୀତ ଏକ ଛୋଟ ରୂପା ହାତୀକୁ ନାଲି କପଡ଼ାରେ ଗୁଡ଼ାଇ ସିନ୍ଦୁକ ବା ଟଙ୍କା ଥିବା ଆଲମାରୀରେ ରଖନ୍ତୁ I ଏହା କରିବା ଦ୍ୱାରା ଆୟ ର ଉତ୍ସ ବଢିବା ସହିତ ଋଣ ରୁ ମୁକ୍ତି ମିଳିଥାଏ I