ଘରର ଏହି ସ୍ଥାନରେ ରଖନ୍ତୁ ମୟୂର ପଙ୍ଖ,ଆର୍ଥିକ ସମସ୍ୟା ସହିତ ବାସ୍ତୁ ସମସ୍ୟା ହେବ ଦୂର

ମୟୂରର ପଙ୍ଖ ବା ପୁଚ୍ଛ କୁ ଅତ୍ୟନ୍ତ ଶୁଭ ବୋଲି ମନ ଯାଇଥାଏ I ଏହା ଘରର ଆର୍ଥିକ ସମସ୍ୟା ସହିତ ବାସ୍ତୁ ପ୍ରତିକାର ମଧ୍ୟ କରିଥାଏ I ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମୟୂର ପଙ୍ଖକୁ ଠିକ୍ ସ୍ଥାନରେ ରଖିଲେ ଜୀବନର ଅନେକ ଅସୁବିଧା ଦୂର କରିଥାଏ I ଘରେ କିମ୍ବା କାର୍ଯ୍ୟସ୍ଥଳରେ , ରୋଷେଇ ଘର, ପଢା ରୁମ ,କିମ୍ବା ଘରର କୌଣସି ସ୍ଥାନରେ ବାସ୍ତୁ ଦୋଷ ଯୋଗୁଁ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇ ବ୍ୟକ୍ତି କୁ ଆଗକୁ ବଢିବାକୁ ଦେଇ ନ ଥାଏ I ଏହା ସହିତ ଏହା ସ୍ୱାସ୍ଥ୍ୟ, ପାରିବାରିକ ସମ୍ବନ୍ଧ , ଆର୍ଥିକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ I ତେଣୁ, ବାସ୍ତୁ ଶାସ୍ତ୍ରରେ ଏହାର କିଛି ପ୍ରତିକାର ବ୍ୟବସ୍ଥା ଦିଆଯାଇଛି I ଆସନ୍ତୁ ଜାଣିବା ମୟୂର ପଙ୍ଖ ଦ୍ୱାରା ଏହା କିପରି କରାଯାଇଥାଏ I

ବାସ୍ତୁ ଦୋଷ ଦୂର କରିବାପାଇଁ ମୟୂର ପଙ୍ଖା ଅତ୍ୟନ୍ତ ପ୍ରଭାବଶାଳୀ
ମୟୂର ଆମ ଦେଶର ଜାତୀୟ ପକ୍ଷୀ, ତେଣୁ ଏହାକୁ ବହୁତ ସମ୍ମାନର ସହିତ ଦେଖାଯାଏ I ଏହା ବ୍ୟତୀତ ହିନ୍ଦୁ ଧର୍ମ, ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ I ଭଗବାନ କୃଷ୍ଣ ତାଙ୍କ ମୁଣ୍ଡରେ ଏକ ମୟୂର ପଙ୍ଖ ଲଗାଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ମୟୂର ପଙ୍ଖ ରହିବା ଦ୍ୱାରା ଅନେକ ବାସ୍ତୁ ଦୋଷ ଦୂର ହୋଇଥାଏ I

ଆର୍ଥିକ ସମସ୍ୟା ଲାଗି ରହୁଥିଲେ ଘରର ଟଙ୍କା ରଖିବା ସ୍ଥାନର ଦକ୍ଷିଣ-ପୂର୍ବ କୋଣରେ ମୟୂର ପଙ୍ଖ ରଖନ୍ତୁ , ଅଳ୍ପ ଦିନ ମଧ୍ୟରେ ରୋଜଗାର ର ବାଟ ଫିଟିବI ସହିତ ନୂତନ କର୍ମ ସଂସ୍ଥାନ ଯୋଗାଡ଼ ହୋଇଥାଏ ଏବଂ ଘରର ଆର୍ଥିକ ଅବସ୍ଥା ସୁଧୁରି ଥାଏ I ବହୁ ଦିନରୁ ଅଟକିଥିବା କାମ ସହିତ ସମସ୍ତ କାର୍ଯ୍ୟ ରେ ସଫଳତା ଆସିଥାଏ I

ସୁଖୀ ଦାମ୍ପତ୍ୟ ଜୀବନ ପାଇଁ: ଶୋଇବା ଘରର ପୂର୍ବ କିମ୍ବା ଉତ୍ତର କାନ୍ଥରେ ୨ ଟି ମୟୂର ପଙ୍ଖ ଏକାଠି ରଖନ୍ତୁ I ଏହା ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସମସ୍ୟାକୁ ଦୂର କରିଥାଏ ଏବଂ ସଂପର୍କରେ ସ୍ନେହ ଆତ୍ମିୟତା ବଢିଥାଏ I

ଚାକିରୀରେ ଉନ୍ନତି ପାଇଁ : ଆପଣଙ୍କ ଠାକୁର ଘରେ ୫ ଟି ମୟୂର ପଙ୍ଖ ରଖି ପ୍ରତିଦିନ ପୂଜା କରନ୍ତୁ I ୨୧ ଦିନ ପରେ, ମୟୂର ପଙ୍ଖ ଗୁଡିକୁ ନେଇ ଆଲମାରୀରେ ରଖନ୍ତୁ I ଏହାଦ୍ୱାରା ଆଗକୁ ଆସୁଥିବା ପ୍ରତିବନ୍ଧକ ଗୁଡିକ ହଟି ଯାଇଥାଏ ଓ ଅଟକି ରହିଥିବା କାମ ଅତି ଶୀଘ୍ର ଚାଲୁ ହୋଇଥାଏ ଇ ସେହିଭଳି ଯୋଗ୍ୟତା ଅନୁସାରେ ମନ ପସନ୍ଦ ର ଚାକିରୀ ମିଳିଥାଏ I

ଜାତକ ଦୋଷ ଦୂର ପାଇଁ: ଶୋଇବା ଘରର ପଶ୍ଚିମ କାନ୍ଥରେ ମୟୂର ପଙ୍ଖ ଲଗାନ୍ତୁ I ଏହା ଦ୍ୱାରା ଜାତକ ରେ ଥିବା କାଳ ସର୍ପ ଦୋଷ , ରାହୁ କେତୁ ଦୋଷ ଇତ୍ୟାଦି ଅଚିରେ ଦୂର ହୁଏ ଏବଂ ଜୀବନରେ ସକାରତ୍ମକ ଫଳ ପ୍ରାପ୍ତି ହୁଏ I

ଘର ର ନଜର ଦୋଷ ହଟାଇବା ପାଇଁ : ଯଦି ଘର ର ସଦସ୍ୟ ମାନେ ବାରମ୍ବାର ରୋଗରେ ପଡୁଥାନ୍ତି ବା ଶାରୀରିକ ଅସୁସ୍ଥତା ଦେଖା ଦେଉଥାଏ ,ତେବେ ଘରର ପ୍ରବେଶ ଦ୍ୱାର ଉପରେ ଉଭୟ ପଟେ ୨-୨ କରି ମୟୂର ପଙ୍ଖ କୁ କ୍ରସ (X) କରି ଲଗାନ୍ତୁ I ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଦୂର ହେବ I