କାର୍ତ୍ତି ଚିଦମ୍ବରମ ଙ୍କ ବଢ଼ିଲା ଅଡୁଆ ,ଆଉ ଏକ ଠକେଇ ମାମଲା ରୁଜୁ

ପୂର୍ବତନ କଂଗ୍ରେସ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ଙ୍କ ବଢ଼ିଲା ଅଡୁଆ । ଲାଞ୍ଚନେଇ ଚାଇନା ନାଗରିକଙ୍କୁ ଭିସା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିବାକୁ ଇଡି ନିଷ୍ପତ୍ତି ନେଇଛି । ଇଡି ସିବିଆଇରୁ କିଛି ଦଲିଲର ସବିଶେଷ ତଥ୍ୟ ସଂଗ୍ରହ କରିଛି I ସେ ଗୁଡିକ ମଧ୍ୟ ତଦନ୍ତ ପରିସର ଭୁକ୍ତ କରାଯିବ I ଏହି ଦଲିଲଗୁଡ଼ିକ ସିବିଆଇ ଚଢ଼ାଉ ସମୟରେ କାର୍ତ୍ତି ଙ୍କ ଘରୁ ଜବତ ହୋଇଥିଲା I ଏହାପୂର୍ବରୁ ସୋମବାର ଦିନ ଚୀନ ନାଗରିକଙ୍କୁ ଭିସା ଦେବା ମାମଲାରେ ଅଭିଯୁକ୍ତ ଥିବା କାର୍ତ୍ତି ଚିଦାମ୍ବରମଙ୍କ ଚାଟାର୍ଡ ​​ଆକାଉଣ୍ଟାଣ୍ଟ ଭାସ୍କର ରମଣଙ୍କ ରିମାଣ୍ଡ ଅବଧିକୁ ଅଦାଲତ ଆହୁରି ତିନି ଦିନ ବଢ଼ାଇ ଦେଇଥିଲେ। ମଙ୍ଗଳବାର ତାଙ୍କୁ ପଚରାଉଚରା କରିବା ପରେ ତଦନ୍ତକାରୀ ସଂସ୍ଥା ଭାସ୍କର ରମଣଙ୍କୁ ଗିରଫ କରିଥିଲା।

ସୂଚନା ଅନୁସାରେ ପଞ୍ଜାବର ଏକ ବିଦ୍ୟୁତ୍ କମ୍ପାନୀରେ କାମ କରୁଥିବା ୨୫୦ କର୍ମଚାରିଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଭିସା ଜାରି କରାଯାଇଥିଲା। ସିବିଆଇ ଏହି ମାମଲାର ଯାଞ୍ଚ କରୁଛି। ଏହି ମାମଲା ୨୦୧୧ ବର୍ଷର ଅଟେ। ଚୀନ ନାଗରିକ ମାନଙ୍କୁ ବିସା ଗୋଟିଏ ମାସ ମଧ୍ୟରେ ଜାରି କରାଯାଇଥିଲା ଯାହା ଧାର୍ଯ୍ୟ ସମୟଠାରୁ ଅଧିକ ଅଟେ।


ସିବିଆଇ ଏକ ବୟାନରେ କହିଛି ଯେ, ଚେନ୍ନାଇର ଜଣେ ବ୍ୟକ୍ତି ଏବଂ ବିଦ୍ୟୁତ୍ କମ୍ପାନୀ ଅଧିକାରିଙ୍କ ମଧ୍ୟରେ ଦେଖା ସାକ୍ଷାତ ପରେ ବିସା ପାଇଁ ଆବେଦନ ହୋଇଥିଲା। ସିବିଆଇ ଆରୋପ ଲଗାଇଛି ଯେ, ସେହି ସମୟରେ ପି ଚିଦାମ୍ବରମ କେନ୍ଦ୍ରୀୟ ମନ୍ତ୍ରୀ ଥିଲେ ଏବଂ କାର୍ତ୍ତି ଚିଦାମ୍ବରମଙ୍କ ସାହାଯ୍ୟରେ ଏହି ଭିସା କରାଯାଇଥିଲା।