ହାପି ବାର୍ଥ ଡେ ଲାଇଫ୍ ଲାଇନ୍ ଲେଖି ଶୁଭେଚ୍ଛା ଜଣାଇଲେ କରିସ୍ମା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ  କରୀନା କପୁର ଖାନ୍ ଙ୍କର ଆଜି ୪୩ତମ ଜନ୍ମଦିନ  । ପଟଉଦି ପ୍ୟାଲେସରେ ସେ ତାଙ୍କ ଜନ୍ମ ଦିନ ସେଲିବ୍ରେସନ କରୁଛନ୍ତି  । ଜନ୍ମଦିନ ଅବସରରେ କରୀନାଙ୍କ ଭଉଣୀ କରିସ୍ମା କପୁର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି  ।

କରୀନା ଫଟୋରେ କେକ୍ କାଟୁଥିବାର ନଜର ଆସିଛନ୍ତି  । ଏହି କେକ୍ ଉପରେ ଲେଖାଯାଇଛି ହମାରି ଜାନେ ଜାନ୍ ହାପି ବାର୍ଥ ଡେ ।

ଅନ୍ୟ ଏକ ଫଟୋରେ କରିସ୍ମା ଲେଖିଛନ୍ତି ମୋ ଲାଇଫ୍ ଲାଇନ୍ କୁ ଜନ୍ମଦିନର ଶୁଭେଚ୍ଛା । କରୀନା ଏକ ହଳିଦିଆ ରଙ୍ଗର କଫ୍ଟାନ୍ ପୋଷାକ ପିନ୍ଧି କେକ୍ କାଟୁଥିବା ଫଟୋରେ ଦେଖିବାକୁ ମିଳିଛି  ।  ଆଜି କରୀନାଙ୍କର  ଫିଲ୍ମ ଜାନେ ଜାନା ନେଟ୍ ଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି  । ବିଜୟ ବର୍ମା ଓ ଜୟଦୀପ  ଏହି ଫିଲ୍ମରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।