ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ଓହରିଲେ କରୀନା

ମୁମ୍ବାଇ: ସାଉଥ ସୁପର ଷ୍ଟାର ତଥା କେଜିଏଫ ଫେମ ୟଶ ଅଭିନୀତ ଟକ୍ସିକ ଫିଲ୍ମରୁ ବଲିଉଡ ଅଭିନେତ୍ରୀ କରୀନା କାପୁର ଓହରି ଯାଇଛନ୍ତି । ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଏହି ଫିଲ୍ମ କରୀନାଙ୍କ କ୍ୟାରିୟରକୁ ନୂତନ ମୋଡ ଦେବ ବୋଲି ଅନୁମାନ କରାଯାଉଥିଲା । ତେବେ କରୀନା କେଉଁ କାରଣ ପାଇଁ ଏଥିରୁ ଓହରିଲେ ତାହା ସ୍ପଷ୍ଟ ହୋଇ ନାହିଁ । ପ୍ରକାଶିତ ରିପୋର୍ଟ ଅନୁସାରେ ଡେଟ ଆଡଜଷ୍ଟମେଂଟ ଅସୁବିଧା ଯୋଗୁ କରୀନା ଏହି ଫିଲ୍ମ ଛାଡିଛନ୍ତି । ଏବେ ମେକର୍ସ ଏହି ଫିଲ୍ମ ପାଇଁ ନୂତନ ହୀରୋଇନ ସନ୍ଧାନରେ ରହିଛନ୍ତି । ତବୁ, କାଜୋଲ ଓ ପ୍ରୀତି ଜିଂଟାଙ୍କ ନାମ ଏଥିପାଇଁ ଉଠୁଥିବା ପ୍ରକାଶ ପାଇଛି ।

ୟଶ କେଜିଏଫ ଫିଲ୍ମ ପରେ ଗ୍ଲୋବାଲ ଷ୍ଟାର ପାଲଟି ଯାଇଛନ୍ତି । ସେ ନୀତେଶ ତିୱାରୀଙ୍କ ରାମାୟଣରେ ରାବଣଙ୍କ ଭୂମିକା କରିଛନ୍ତି । ଅପରପକ୍ଷରେ କ୍ରୁ ଫିଲ୍ମର ସଫଳତା ପରେ କରୀନା ହଂସଲ ମେହେଟ୍ଟାଙ୍କ ନୂତନ ଫିଲ୍ମରେ ଅଭିନୟ କରିବେ । କରୀନା ଏବଂ ମୂଖ୍ୟ ଅଭିନେତ୍ରୀ ଭୂମିକା ଚୟନ କରିବା ପରିବର୍ତେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ।