କରମଣ୍ଡଳ ରେଳ ଦୁର୍ଘଟଣା : ୩୦ ଯାତ୍ରୀଙ୍କ ମୃତ୍ୟୁ,ବଢିବ ମୃତାହତଙ୍କ ସଂଖ୍ୟା

ବାଲେଶ୍ୱର : ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ହୋଇଛି ଭୟଙ୍କର ଦୁର୍ଘଟଣାରଗ୍ରସ୍ତ । ମାଲବାହୀ ଟ୍ରେନ ସହ ମୁହାଁମୁହିଁ ଧକ୍କା ଯୋଗୁ କରମଣ୍ଡଳ ଏକ୍ସପ୍ରେସର ୮ ଟି ବଗି ଓଲଟି ପଡ଼ିଥିବା ଯୋଗୁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୦ ପହଁଚିଛି I ତେବେ ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି I

ସୂଚନାନୁସରେ, ଆଜି ସନ୍ଧ୍ୟା ପ୍ରାୟ ୭ଟା‌ ୦୫ ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌ ଉପରେ ଏହା ଚଢ଼ିଯାଇଥିଲା। କୋଲକାତାରୁ ଶାଲିମାର ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧-ଅପ୍‌) ଦ୍ରୁତଗତିରେ ବାହାନଗା ଷ୍ଟେସନ୍ ପାର ହେଇଥିବା ବେଳେ ଲାଇନଚ୍ୟୁତ ହୋଇ ଏକ ମାଲଗାଡ଼ି ସହ ଧକ୍କା ଖାଇଥିଲା । ଫଳରେ ଏହାର ୧୧ ଟି ବଗି ଓଲଟି ପଡିଥିଲା I ଏହି ବଗିତଳେ ୪୦୦ ରୁ ଉର୍ଦ୍ଧ୍ବ ଲୋକ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି I

ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ NDRF, ODRAF ଟିମ୍‌ ସାମିଲ ହୋଇଉଛି। ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କରାଯାଇଛି। ଜରୁରୀକାଳୀନ ନମ୍ବର-୬୭୮୨୨୬୨୨୮୬ । ଉଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଘଟଣା ସ୍ଥଳକୁ ଯାଉଛନ୍ତି ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ସେହିପରି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ବରିଷ୍ଠ ଆଇଏସଏସ ଅଧିକାରୀ ହେମନ୍ତ ଶର୍ମା, ବଲଓ୍ଵନ୍ତ ସିଂ, ଅରବିନ୍ଦ ଅଗ୍ରଓ୍ଵାଲ ଦୁର୍ଘଟଣା ସ୍ଥଳକୁ ଯାଉଛନ୍ତି। ଆହତଙ୍କ ଉଦ୍ଧାର ପାଇଁ ୬୦ଟି ଆମ୍ବୁଲାନ୍ସ ନିୟୋଜିତ ହୋଇଛି।