ଜୋର ଧରିଲା କଙ୍ଗନା ଙ୍କ ‘ପଦ୍ମଶ୍ରୀ’ ଫେରାଇବା ଦାବି

ନିକଟରେ ପଦ୍ମଶ୍ରୀ ପାଇଥିବା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ‘ଆଜାଦୀ’ ବୟାନ କୁ ନେଇ ତାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି ଇ ନିଜର ସ୍ପଷ୍ଟବାଦିତା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ଆରୋପ ର ଶିକାର ହୋଇଥାନ୍ତି କଙ୍ଗନା I ସେହି ପରି ପ୍ରତି କଥାରେ ବିଜେପି କୁ କାଠ ଗଡାକୁ ଟାଣୁଥିବା ମହାରାଷ୍ଟ୍ର ର ଏନସିପି ନେତା ନବାବ ମଲିକ କଙ୍ଗନା ଙ୍କ ‘ଆଜାଦୀ’ ବୟାନ ଉପରେ ଆପତ୍ତି ଉଠାଇ କେନ୍ଦ୍ର ସରକାରଙ୍କୁ କଙ୍ଗନାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ନିକଟରେ କଙ୍ଗନା ଏକ କାର୍ଯ୍ୟକ୍ରମ ସମୟରେ କହିଥିଲେ ଯେ ଭାରତକୁ ଅସଲ ସ୍ୱାଧୀନତା ୨୦୧୪ ରେ ମିଳିଥିଲା ଏବଂ ୧୯୪୭ ର ସ୍ୱାଧୀନତା ଭାରତକୁ ‘ଭିକ୍ଷା’ ରେ ମିଳିଥିବା କଥା କହିଥିଲେ ଏହାସହ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ। ଅଭିନେତ୍ରୀଙ୍କ ଏହି ବୟାନକୁ ନେଇ ଅନେକ ହସ୍ତୀ ବିରୋଧ କରିବା ସହିତ ସୋସିଆଲ ମିଡିଆରେ ତାଙ୍କୁ ଟ୍ରେIଲ କରାଯାଉଛି I

ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ମଲିକ କହିଛନ୍ତି ଯେ, ‘ଏମିତି ଲାଗୁଛି ଯେ ବୟାନ ଦେବା ଆଗରୁ କଙ୍ଗନା ମଲାଣା କ୍ରିମର ଭାରି ଡୋଜ ନେଇଯାଇଥିଲେ।’ ମଲାଣା କ୍ରିମ ଏକ ଖାସ ପ୍ରକାର ହଶିଷ ବା ଚରସ ଯାହା ବିଶେଷତଃ ହିମାଚଳ ପ୍ରଦେଶରେ ହୁଏ। ମଲିକ କଙ୍ଗନାଙ୍କ ବୟାନକୁ କଡା ନିନ୍ଦା କରିଛନ୍ତି। ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି। କେନ୍ଦ୍ର ସରକାର କଙ୍ଗନା ଠାରୁ ପଦ୍ମଶ୍ରୀ ପ୍ରତ୍ୟାହାର କରିନେବା ଉଚିତ ଏବଂ ତାଙ୍କୁ ଗିରଫ କରିବା ଉଚିତ ବୋଲି ମଲିକ କହିଛନ୍ତି।

ନିକଟରେ କଙ୍ଗନା ସ୍ୱାଧୀନତା ଆନ୍ଦୋଳନକୁ ନେଇ କହିଥିଲେ ଯେ ଭାରତକୁ ଅସଲରେ ୨୦୧୪ରେ ସ୍ୱାଧୀନତା ମିଳିଛି। ବୀର ସାୱାରକରଙ୍କୁ ପଚରାଯାଇଥିବା ପ୍ରଶ୍ନରେ ସେ କଂଗ୍ରେସକୁ ବ୍ରିଟିଶ ସରକାରର ଅଂଶ ବୋଲି କହିଥିଲେ। ସେ କହିଥିଲେ ଯେ ଦେଶକୁ ୧୯୪୭ ରେ ଭିକ ମିଳିଥିଲା, ଅସଲ ସ୍ୱାଧୀନତା ୨୦୧୪ରେ ମିଳିଛି। ତାଙ୍କର ଏହି ବୟାନ ପରେ ବିବାଦ ଛିଡା ହୋଇଛି। ରାଜନେତାଙ୍କ ଛଡା ବଲିଉଡ ହସ୍ତୀ ମଧ୍ୟ ତାଙ୍କର ବୟାନକୁ ବିରୋଧ କରିଛନ୍ତି।

ଆମ ଆଦମୀ ପାର୍ଟି ନେତା ପ୍ରୀତି ମେନନ କଙ୍ଗନାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି ବୋଲି ଜଣାପଡିଛି। ଦିଲ୍ଲୀରେ ଆପ କଙ୍ଗନାଙ୍କ ଏହି ବୟାନକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରିବାକୁ ଦାବି କରିଛି।

ସେହିପରି ଗତକାଲି ବିଜେପି ସାଂସଦ ବରୁଣ ଗାନ୍ଧୀ କଙ୍ଗନାଙ୍କୁ ଦେଶଦ୍ରୋହୀ କହିବାକୁ ପଛାଇ ନ ଥିଲେ । ଏପରିକି ତାଙ୍କ ଚିନ୍ତାଧାରାକୁ ପାଗଳାମି କିମ୍ବା ଦେଶଦ୍ରୋହ ବୋଲି କହିବା ଉଚିତ୍ ବୋଲି ମଧ୍ୟ କହିଥିଲେ ବରୁଣ। ଏହାପରେ ଆଜି କଙ୍ଗନାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଆନନ୍ଦ ଶର୍ମା ଇ
ଆନନ୍ଦ ଶର୍ମା ଟ୍ୱିଟ କରି ଲେଖିଛନ୍ତି, କଙ୍ଗନାଙ୍କ ବୟାନ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବହାରଲାଲ ନେହରୁ ଓ ସର୍ଦ୍ଦାର ପଟେଲଙ୍କ ପରି ସ୍ୱାଧୀତନା ସଂଗ୍ରାମୀ ତଥା ସର୍ଦ୍ଦାର ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ ଓ ଅନ୍ୟ କ୍ରାନ୍ତିକାରୀଙ୍କ ବଳିଦାନକୁ ଅପମାନ କରିବା ସହ ସମାନ । ତେଣୁ ରାଷ୍ଟ୍ରପତି ମହୋଦୟ କଙ୍ଗନାଙ୍କୁ ପ୍ରଦାନ କରିଥିବା ପଦ୍ମଶ୍ରୀ ପୁରସ୍କାର ତୁରନ୍ତ ପ୍ରତ୍ୟାହାର କରିବା ଦରକାର।”

Comments (0)
Add Comment