କଙ୍ଗନା ରାନାୱତଙ୍କ ପୁଣି ବଢ଼ିଲା ଅଡୁଆ ,ଏହି ବିବୃତ୍ତି ପାଇଁ ମାମଲା ରୁଜୁ ହୋଇଛି

ବିବାଦୀୟ ବୟାନ ପାଇଁ ଜଣାଶୁଣା ଅଭିନେତ୍ରୀ କଙ୍ଗନା ରାନାୱତ ଙ୍କ ଆଡୁଆ ପୁଣି ବଢ଼ିଲା I ଏବେ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (ଡିଏସଜିପିସି) କଙ୍ଗନା ଙ୍କ ବିରୋଧରେ ପୋଲିସରେ ମାମଲା ଦାୟର କରିଛି।

ଇନଷ୍ଟାଗ୍ରାମରେ ଶିଖ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି (ଡିଏସଜିପିସି) ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛି। ଏହା ପରେ ଶନିବାର ଦିନ ଦିଲ୍ଲୀର ମାଣ୍ଡିର ମାର୍ଗ ପୋଲିସ ଷ୍ଟେସନର ସାଇବର ସେଲରେ କଙ୍ଗନା ରାନାୱତଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା
କମିଟି କହିଛି ଯେ ଏହି ପୋଷ୍ଟଟି ସୁଚିନ୍ତିତ ଭାବରେ ପ୍ରସ୍ତୁତ ହୋଇଛି ଏବଂ ଶିଖ ସମ୍ପ୍ରଦାୟର ଭାବନାକୁ ଆଘାତ ଦେବା ପାଇଁ ତଥା ଏହା ଅପରାଧିକ ଉଦ୍ଦେଶ୍ୟରେ ସେୟାର କରାଯାଇଛି । ତେଣୁ, ଆମେ ଆପଣଙ୍କୁ ଅନୁରୋଧ କରୁଛୁ ଏହି ଅଭିଯୋଗର ପ୍ରାଥମିକତା ଉପରେ FIR ଋଜୁ କରିବା ପରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ

ସୂଚନା ଅନୁସାରେ ଡିଏସଜିପିସି କହିଛି ଯେ ସୋସିଆଲ ମିଡିଆରେ ନିଜର ପୋଷ୍ଟରେ କଙ୍ଗନା ରାନାୱତ ଚାଷୀଙ୍କ ବିରୋଧକୁ ‘ଖାଲିସ୍ତାନୀ ଆନ୍ଦୋଳନ’ ବୋଲି ବର୍ଣ୍ଣନା କରିଛନ୍ତି। ଏହି ବିବୃତ୍ତିରେ କୁହାଯାଇଛି ଯେ ଏହି ଅଭିନେତ୍ରୀ ଶିଖ ସମ୍ପ୍ରଦାୟ ବିରୁଦ୍ଧରେ ଆପତ୍ତିଜନକ ତଥା ଅପମାନଜନକ ଭାଷା ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି I

Comments (0)
Add Comment