କନ୍ଧମାଳ ସାଂସଦଙ୍କ ଦମଦାର ପ୍ରଚାର

ରାଜ୍ୟ ପଂଚାୟତ ନିର୍ବାଚନ ମୈଦାନ ରେ ଦେଖିବାକୁ ମିଳିଛି ବଡ଼ ବଡ଼ ନେତାଙ୍କୁ I ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ତିନିଦିନ ବାକି ଥିବାବେଳେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ ଜିଲାର ବିଭିନ୍ନ ଜିଲାପରିଷଦ ଜୋନରେ ତୋଫାନୀ ପ୍ରଚାର କରିଛନ୍ତି। କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୧ ନମ୍ବର ଜୋନରୁ ସାଂସଦ ଡଃ.ସାମନ୍ତ,ବିଧାୟକ ମହୀଧର ରଣା,ଜିଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ ଓ ସୁଧୀର ମହାକୁଡ ପ୍ରମୁଖ ନିର୍ବାଚନୀ ସଭା କରି ଦଳୀୟ ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବାକୁ ନିବେଦନ କରିଥିଲେ। ସେହିପରି ଅପରାହ୍ନରେ ୫ ନମ୍ବର ଜୋନରୁ ସାଂସଦଙ୍କ ସହିତ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରଦିପ କୁମାର ଅମାତ,ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର,ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ କୁମାର ସାହୁ,ସାଂସଦ ପ୍ରତିନିଧି ତାରେଣି ମହାପାତ୍ର ପ୍ରମୁଖ ବିଭିନ୍ନ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ତେଲିବନ୍ଧଠାରୁ ଏହି ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇ ବଘିଆପଡ଼ା,ରାଧାନଗର,ଲୁଣିବାହାଲ ଓ ଆଡେଣୀଗଡ଼ଠାରେ ନିର୍ବାଚନୀ ସଭା କରି ପ୍ରଚାର କରାଯାଇଥିବା ଜଣାଯାଇଛି।
ଏହି ପ୍ରଚାର ଗସ୍ତ ସମୟରେ ସାଂସଦ ଡଃ. ସାମନ୍ତ ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିଥିଲେ ଓ ସମସ୍ତ ମତଭେଦକୁ ଭୁଲି ଦଳ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପଞ୍ଚାୟତ ନିର୍ବାଚନରେ ଦଳର ପ୍ରାର୍ଥୀମାନେ ସମସ୍ତ ୯ ଗୋଟି ଆସନରେ ବହୁ ଭୋଟରେ ବିଜୟୀ ହେବେ ବୋଲି ସାଂସଦ ଡଃ. ସାମନ୍ତ ପ୍ରକାଶ କରିଛନ୍ତି। ଗୋଟିଏ ଦିନରେ ୯ଟି ଯାକ ଜୋନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟ ସାରି ସନ୍ଧ୍ୟାରେ ସାଂସଦ ଫେରିଯାଇଥିବା ଜଣାଯାଇଛି। ତେବେ ଗୋଟିଏ ପଟେ ବିରୋଧୀ ବିଜେପି ଦଳର ସାଂସଦ ପ୍ରାର୍ଥୀ ଖାରବେଳ ସ୍ୱାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବାବେଳେ ସେପଟେ ଶାସକ ଦଳର ସାଂସଦଙ୍କ ଦମଦାର ପ୍ରଚାର ଦେଖିବାକୁ ବାକି ରହିଲା ଭୋର ଙ୍କ ନିର୍ଣ୍ଣୟ I