ଭୁବନେଶ୍ୱର : ତାତି ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ଠାରୁ ୪ ଦିନ କାଳବୈଶାଖୀ ବର୍ଷା । ଆଜି ଅପରାହ୍ଣରେ ମାଲକାନଗିରି, ଗଞ୍ଜାମ, କୋରାପୁଟ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ିର ଆଶଙ୍କା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ । ସେହିପରି ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର ଓ ବଲାଙ୍ଗୀରକୁ ହିଟୱେଭ ପାଇଁ ୟେଲୋ ଚେତାବନୀ ଜାରି |