ଇଡିରେ ହାଜର ହେବେ କେ.କବିତା !

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ଝିଅ କେ.କବିତା ଆଜି ଇଡି ନିକଟରେ ହାଜର ହେବେନାହିଁ । ଏହି ମାମଲାରେ ଆଜି ତାଙ୍କୁ ଇଡି ଜେରା କରିଥାନ୍ତା । ହେଲେ କବିତା ଏଥିପାଇଁ ସମୟ ମାଗିଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମାର୍ଚ୍ଚ ୧୧ ତାରିଖରେ ଇଡିରେ ହାଜର ହେବାକୁ ବିଆରଏସ ନେତ୍ରୀ କେ.କବିତା କହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏକ ବୟାନ ଜାରି କରି କେ. କବିତା କହିଛନ୍ତି ଯେ, ଇଡି ପକ୍ଷରୁ ତାଙ୍କୁ ଏତେ ଶୀଘ୍ର କାହିଁକି ଡକାଗଲା ତାହା ସେ ବୁଝିବାକୁ ଅସମର୍ଥ ।

ଏହାକୁ ଏକ ରାଜନୈତିକ ଅତ୍ୟାଚାର ଆଖ୍ୟା ଦେଇ କବିତା କହିଛନ୍ତି ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଚାଲିଥିବା ତଦନ୍ତରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ମାର୍ଚ୍ଚ ୧୧ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟରେ ସେ ହାଜର ହେବେ । ତଦନ୍ତରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ ଆଜି ହାଜର ହେବା ଲାଗି କେ.କବିତାଙ୍କୁ ଇଡି ସମନ୍ ଜାରି କରିଥିଲା । ହେଲେ ସେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ମନିଲଣ୍ଡ୍ରିଂ ଦିଗରେ ଯାଞ୍ଚ କରୁଛି ।

ଅରୁଣ ଓ କବିତାଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି । ଜେରା ସମୟରେ ଅରୁଣ କବିତାଙ୍କ ନାଁ ପ୍ରକାଶ କରିଥିଲେ । ମଦ ନୀତି ବଦଳାଇବା ପାଇଁ ଆମ ଆଦମୀ ପାର୍ଟିକୁ ଅରୁପ ପିଲ୍ଲାଇ ୧୦୦କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ରହିଛି । ଏହି ମାମଲାରେ ପୂର୍ବରୁ ଗତ ଡିସେମ୍ବର ୧୨ ତାରିଖରେ ମଧ୍ୟ କେ.କବିତାଙ୍କୁ ତାଙ୍କ ହାଇଦ୍ରାବାଦ ସ୍ଥିତ ବାସଭବନରେ ଇଡି ପକ୍ଷରୁ ପାଖାପାଖି ୭ ଘଣ୍ଟା ଧରି ଜେରା କରାଯାଇଥିଲା ।