ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ:  ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆଜି ସୁପ୍ରିମକୋର୍ଟର ୫୦ତମ ପ୍ରଧାନବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।  । ଦେଶର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବାପାଙ୍କ ପରେ ପୁଅ ପ୍ରଧାନ ବିଚାରପତି ହୋଇଛନ୍ତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ବାପା ହେଉଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ୱାଇ ଭି ଚନ୍ଦ୍ରଚୂଡ଼ । ସେ ୧୯୭୮ରେ ଦେଶର ୧୬ତମ ପ୍ରଧାନ ବିଚାରପତି ହୋଇଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ଼ ୨ ବର୍ଷରୁ ଅଧିକ କାଳ ସେ ଏହି ପଦବିରେ ରହିବା ପରେ ଅବସର ଗ୍ରହଣ କରିବେ । ତେଣୁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେବା ସୁଯୋଗ ପାଇବେ । ବିପୁଳ ସଂଖ୍ୟାରେ ପଡ଼ିରହିଥିବା ମାମଲା, ଭିତିଭୂମିର ଅଭାବ, ନ୍ୟାୟ ପ୍ରଦାନରେ ବିଳମ୍ବ ଇତ୍ୟାଦି ସମସ୍ୟା ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ପାଇଁ ଚ୍ୟାଲେଞ୍ଜ ରହିବ । ୨୦୨୪ ନଭେମ୍ବର ୧୦ ଯାଏଁ ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ଚନ୍ଦ୍ରଚୂଡ଼ । ସେ ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ୨ ବର୍ଷରୁ ଅଧିକ ସମୟ ଏହି ପଦବୀରେ ରହିବେ ଚନ୍ଦ୍ରଚୂଡ଼ । ଏହି ସମୟ ମଧ୍ୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର କରିବେ । ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଆଗରେ ରହିଛି ଅନେକ ଆହ୍ବାନ । ୩୭୦ ଧାରା ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନର ବୈଧତା, ଇଲେକ୍ଟ୍ରୋଲ ବଣ୍ଡ୍‌ ଯୋଜନା ଆଦି ମାମଲା ଉପରେ ରାୟ ଦେବେ ।