ଜୁନିୟର ବିଶ୍ୱ କପ ହକି :କାନାଡ଼ା କୁ ୧୩ -୧ ଗୋଲ ରେ ହରାଇ ଭାରତ ର ବିଶାଳ ବିଜୟ

ପ୍ରଥମ ମ୍ୟାଚରେ ହାରିଥିବା ଆୟୋଜକ ଭାରତ ଚଳିତ ଜୁନିୟର ହକି ବିଶ୍ୱକପରେ ଜବରଦସ୍ତ କମବ୍ୟାକ୍ କରିଛି। ଡିଫେଣ୍ଡିଂ ଚାମ୍ପିୟନ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଖେଳା ଯାଉଥିବା ଜୁନିୟର ବିଶ୍ୱ କପ ହକିରେ କାନାଡ଼ା କୁ ୧୩ -୧ ଗୋଲ ରେ ହରାଇ ଭାରତ ଆଜି ବିଶାଳ ବିଜୟ ଲାଭ କରିଛି ଇ ଗତକାଲି ପ୍ରଥମ ଦିନ ମ୍ୟାଚରେ ଭାରତ ଅପେକ୍ଷାକୃତ ଦୁର୍ବଳ ଦଳ ଫ୍ରାନ୍ସ ଠାରୁ ୪-୫ ଗୋଲ ରେ ହାରିଥିଲା ଇ କିନ୍ତୁ ଆଜି ତା’ର ଦ୍ୱିତୀୟ ମ୍ୟାଚରେ କାନାଡାକୁ ୧୩-୧ର ବୃହତ ଗୋଲ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ନକଆଉଟ୍ ଆଶା ଉଜ୍ଜୀବିତ କରିଛି। ଏହା ପୂର୍ବରୁ ଭାରତ ୧୯୮୨ରେ ୧୩-୦ ଗୋଲରେ ବିଜୟ ଲାଭ କରିଥିଲା।
ଆଜି ପ୍ରଥମ ରୁ ଭାରତୀୟ ଖେଳାଳି ମାନେ ଆକ୍ରମଣାତ୍ମକ ଢଙ୍ଗରେ ରହି ପ୍ରଥମ କ୍ୱାର୍ଟରର ଷଷ୍ଠ ମିନିଟରେ ଗୋଲ କରିଥିଲେ। ଦଳ ପକ୍ଷରୁ ଉତ୍ତମ ସିଂହ ଗୋଲ ସ୍କୋର କରି କାନାଡ଼ାକୁ ଆରମ୍ଭ ରୁ ହିଁ ଚାପରେ ରଖିଥିଲେ। ଉତ୍ତମଙ୍କ ସହ ହାତ ମିଳାଇ ଭାରତ କ୍ୟାପଟେନ ବିବେକ ସାଗର ପ୍ରସାଦ ୮ମିନିଟରେ ଦଳ ପାଇଁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୨-୦ଗୋଲରେ ଆଗୁଆ ରହିଥିଲା।

ସେହି ପରି ଦ୍ଵିତୀୟ ରାଉଣ୍ଡ ରେ ୧୭ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣରର ସୁଯୋଗ ମିଳିଥିଲା। ତାହା ପେନାଲ୍ଟି ସୁଟ ଆଉଟ ଜରିଆରେ ଷ୍ଟ୍ରାଇକର ସଞ୍ଜୟ ଦଳ ପାଇଁ ତୃତୀୟ ଗୋଲ ଦେଇଥିଲେ। ୨୭ମିନିଟରେ ମନିନ୍ଦର ସିଂ ଅତି ସୁନ୍ଦର ଭାବେ କାନାଡାର ଡିଫେନ୍ସ ଖେଳାଳିଙ୍କୁ ଚକମା ଦେଇ ଗୋଲ ଦେଇଥିଲେ। ଠିକ୍ ୩୦ମିନିଟ ବେଳକୁ କାନାଡା ଏକ ପେନାଲିଟି କର୍ଣ୍ଣର ସୁଯୋଗ ସୃଷ୍ଟି କରି ତାକୁ ଅତି ସୁନ୍ଦର ଭାବେ ଗୋଲରେ ପରିଣତ କରି ଥିଲେ। କାନାଡାର ଖ୍ରୀଷ୍ଟୋଫର ଟାର୍ଡିଫ୍ ଏହି ଗୋଲଟି ଦେଇଥିଲେ। ଏଥିସହ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୪-୧ ଗୋଲରେ ଆଗୁଆ ରହିଥିଲା।

Comments (0)
Add Comment