ଜୁନିୟର ବିଶ୍ୱକପ ହକି : ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫ -୧ ଗୋଲରେ ପରାସ୍ତ କଲା ବେଲଜିୟମ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଜୁନିୟର ପୁରୁଷ ବିଶ୍ୱକପ୍‌ ହକି। ବିଶ୍ୱକପର ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫ -୧ ଗୋଲର ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ବେଲଜିୟମ ଦଳ ।ଲକ୍ଷ୍ନୌରେ ୨୦୧୬ ସଂସ୍କରଣରେ ରନର୍ସଅପ ଥିବା ବେଲଜିୟମ ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଜାରି ରଖିଥିଲା। ବେଲଜିୟମ ପକ୍ଷରୁ ମ୍ୟାଚର ୭ ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ ।

ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ୍ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ ।

ବେଲଜିୟମ ପକ୍ଷରୁ ୨ ଟି ପେନାଲ୍ଟି କର୍ଣ୍ଣର ଓ ୩ ଟି ଫିଲ୍ଡ ଗୋଲ୍ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଗୋଟିଏ ପେନାଲ୍ଟି କର୍ଣ୍ଣର ଦିଆଯାଇଥିଲା । ଏହି ଫିଲ୍ଡ ଗୋଲ୍‌ କରି ସେ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଦଳକୁ ୨-୧ ଗୋଲରେ ଆଗୁଆ ରଖିଥିଲେ।

Comments (0)
Add Comment