ଜୁନିୟର ବିଶ୍ୱ କପ ହକି : ଇଜିପ୍ଟ କୁ ହରାଇ ଆର୍ଜେଣ୍ଟିନାର ବିଶାଳ ବିଜୟ

ଜୁନିୟର ବିଶ୍ୱ କପ ହକି : ଇଜିପ୍ଟ କୁ ହରାଇ ଆର୍ଜେଣ୍ଟିନାର ବିଶାଳ ବିଜୟ

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ହକିର ଆଜି ହେଉଛି ଦ୍ୱିତୀୟ ଦିନ। ଆଉ ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚ୍କୁ ଜିତିଛି ଆର୍ଜେଣ୍ଟିନା। ଦଳ ଇଜିପ୍ଟକୁ ୧୪-୦ ଗୋଲ୍‌ରେ ପରାସ୍ତ କରିଛି, ଯାହା ଏକ ରେକର୍ଡ। ଏହା ପୂର୍ବରୁ ୧୯୮୨ରେ ସିଙ୍ଗାପୁର ବିପକ୍ଷରେ ଭାରତ ୧୩-୦ ଗୋଲ୍‌ରେ ବିଜୟୀ ହୋଇଥିଲା।ସକାଳ ସାଢ଼େ ୯ଟାରେ ଆଜିର ଏହି ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଥିଲା। ଆଉ ପ୍ରଥମ ଗୋଲଟି ଆର୍ଜେଣ୍ଟିନା ପେନାଲ୍‌ଟି କର୍ଣ୍ଣର ଜରିଆରେ ପାଇଥିଲା। ଆର୍ଜେଣ୍ଟିନା କ୍ୟାପଟେନ ଫାକୁଣ୍ଡୋ ଜାରାତେ ଏହି ଗୋଲ୍‌ କରିଥିଲେ। ପ୍ରଥମ କ୍ୱାର୍ଟରର ତୃତୀୟ ମିନିଟ୍‌ରେ ଦଳର ଅଧିନାୟକ ପ୍ରଥମ ଗୋଲ୍‌ ଦେଇଥିବା ବେଳେ ୧୨ତମ ମିନିଟ୍‌ରେ ୧୭ନମ୍ବର ଜର୍ସିରେ ଥିବା ଫ୍ରାନ୍ସିସ୍କୋ ରୁଇଜ ଦେଇଥିଲେ ଦ୍ୱିତୀୟ ଗୋଲ୍‌। ଏହା ପରେ ୧୪ତମ ମିନିଟରେ ଦଳକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଗୋଲ୍‌ରେ ପରିଣତ କରିଥିଲେ ୮ ନମ୍ବର ଜର୍ସି ପରିଧାନ କରିଥିବା ଲାଉତର ଡୋମେନେ। ଏହା ସହିତ ପ୍ରଥମ କ୍ୱାର୍ଟରରେ ଦଳ ୩-୦ରେ ଆଗୁଆ ରହିଥିଲା।

Comments (0)
Add Comment