ଏବେ ହ୍ୱାଟ୍‌ସଆପ୍‌ରେ ଜିଓ ମାର୍ଟ !

କଟକ: ଭାରତର ଅଗ୍ରଣୀ ଇ-ମାର୍କେଟ୍‌ପ୍ଲେସ୍ ଏବଂ ସାରା ବିଶ୍ୱରେ ଏକମାତ୍ର ସଫଳ ଇ-ରିଟେଲ୍ ବ୍ରାଣ୍ଡଭାବେ ମାନ୍ୟତାଲାଭ କରିଥିବା ରିଲାଏନ୍‌ସ ରିଟେଲର ଜିଓମାର୍ଟ, ହ୍ୱାଟସଆପ୍ ମାଧ୍ୟମରେ ଉପଭୋକ୍ତାଙ୍କ ଅର୍ଡର ଗ୍ରହଣ କରିବା ସହିତ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି । ଫଳରେ ହ୍ୱାଟ୍‌ସଆପ୍ ସହିତ ଜିଓମାର୍ଟର ସହଭାଗିତା ଦ୍ୱାରା ଗ୍ରାହକମାନେ ଏବେ ସହଜରେ ସେମାନଙ୍କର ଘରେ ବ୍ୟବହୃତ ସାମଗ୍ରୀର ଆବଶ୍ୟକତାକୁ ହ୍ୱାଟ୍‌ସଆପ୍ ଚାଟ୍ ମାଧ୍ୟମରେ ବ୍ରାଉଜ୍ ଓ କିଣାକିଣି କରିପାରିବେ । ହ୍ୱାଟସ୍‌ଆପ୍ କାରବାର ପାଇଁ ଜିଓମାର୍ଟ ପକ୍ଷରୁ ମେଟା ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ଭାରତର ଡିଜିଟାଲ ରୂପାନ୍ତରଣ ହୋଇପାରିବ ଓ ଜନସାଧାରଣ ତଥା ବ୍ୟବସାୟୀମାନଙ୍କୁ ସମସ୍ତ ପ୍ରକାର ସୁଯୋଗ ପ୍ରଦାନ କରିବ ଯଦ୍ୱାରା ସେମାନେ ଏକ ନୂତନ ଉପାୟରେ ସଂଯୁକ୍ତ ହୋଇପାରିବେ ଏବଂ ଦେଶର ଅର୍ଥନୈତିକ ବିକାଶକୁ ଆହୁରି ତ୍ୱରାନ୍ୱିତ ମଧ୍ୟ କରିପାରିବେ । ହ୍ୱାଟସଆପ୍‌ରେ ଜିଓମାର୍ଟ ଅନୁଭବ ଦେଶରେ ଗ୍ରାହକମାନଙ୍କର କ୍ରୟ ଅନୁଭୂତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ଓ ଏହା ସହିତ ଗ୍ରାହକମାନେ ଏକ ସରଳ ଓ ସୁବିଧାଜନକ କ୍ରୟ ଅନୁଭୂତି ଲାଭ କରିପାରିବେ । ଏହି ବୈଶିଷ୍ଟ୍ୟ ଏକ ସମ୍ପୂର୍ଣ୍ଣ ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭବ ପ୍ରଦାନ କରିଥାଏ । ଜଣେ ବ୍ୟକ୍ତି ଜିଓମାର୍ଟ କ୍ୟାଟ୍‌ଲଗ୍‌କୁ ବ୍ରାଉଜ କରିପାରିବେ ଓ ତାଙ୍କର ଉତ୍ପାଦକୁ କାର୍ଟରେ ଯୋଗ କରିପାରିବେ ଓ କ୍ରୟ ସମାପ୍ତ କରିପାରିବେ । ଏହିସବୁ କାର୍ଯ୍ୟ ହ୍ୱାଟସଆପ୍‌ରେ ହୋଇପାରିବ । ଏହି ସେବା ସହିତ, ଗ୍ରାହକମାନେ ସେମାନଙ୍କର ସୁବିଧା ଅନୁସାରେ ଅର୍ଡର କରିପାରିବେ ଓ ଏଥିରେ କୌଣସି ସମୟ ବା ପରିମାଣର ପ୍ରତିବନ୍ଧକ ନାହିଁ । ଆପଣ ମହୀଶୂରରେ ଥାଆନ୍ତୁ କିମ୍ବା ଜୟପୁରରେ ଅଥବା ପାଟନାରେ ଥାଆନ୍ତୁନା କାହିଁକି, ଆପଣ ଘରେ ଆରାମରେ ବସି ଆପଣଙ୍କର ଦୈନନ୍ଦିନର ଆବଶ୍ୟକୀୟ ସାମଗ୍ରୀକୁ ଯେକୌଣସି ସମୟରେ ହ୍ୱାଟସଆପ୍‌ରେ ବାଛି ପାରିବେ । ଏଥିପାଇଁ ଆପଣଙ୍କୁ ‘ଏକ୍ସରବଗ୍ଧ ୟରବକ୍ଷଗ୍ଦ କ୍ଟଦ୍ଭ ଔସକ୍ଟଗବକ୍ସଗ୍ଧ’ ଲେଖି ଜିଓମାର୍ଟ ନମ୍ବର (+୯୧୭୯୭୭୦୭୯୭୭୦) କୁ ହ୍ୱାଟସଆପ୍‌ରେ ପଠାଇବାକୁ ହେବ ଓ ଆପଣ ତୁରନ୍ତ ସପିଙ୍ଗ୍ କ୍ୟାଟ୍‌ଲଗ୍ ପାଇପାରିବେ । ଏହା ସହିତ ପ୍ରଚଳିତ ଅଫର ଓ ଡିଲ ସମ୍ପର୍କରେ ନୋଟିଫିକେସନ ମଧ୍ୟ ପାଇପାରିବେ । ଏହି ପ୍ଲାଟଫର୍ମ ମାଧ୍ୟମରେ ଅର୍ଡ଼ର କରି, ଆପଣ କେବଳ ରିୟଲ୍ ଟାଇମ୍ ଅପଡେଟ୍ ଓ ଷ୍ଟାଟସ ପାଇବେ ନାହିଁ ବରଂ ଏହା ସହିତ କୌଣସି ସମସ୍ୟା କ୍ଷେତ୍ରରେ ଆପଣ ସପୋର୍ଟ ସହିତ ମଧ୍ୟ ଯୋଗାଯୋଗ କରିପାରିବେ ।