ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ଜୟନାରାୟଣଙ୍କ ବିସ୍ପୋରକ ବୟାନ । ଶ୍ରଦ୍ଧାଞ୍ଜଳି ସଭା ନା ବିଜେଡିର ରାଜନୈତିକ ସଭା । ଶ୍ରଦ୍ଧାଞ୍ଜଳି ସଭା ନାଁରେ ପ୍ରହସନ । ରାଜନୈତିକ ଉଦ୍ଦେଶ୍ୟରେ ଦ୍ୱାଦଶାହ ସମାବେଶ । ଶବକୁ ନେଇ ରାଜନୀତି କରୁଛି ବିଜେଡି । ଜୟନାରାୟଣଙ୍କ ଗୁମର ଖୋଲିଲେ ସୁବାସ । ନବଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ତେଜିଲା ରାଜନୀତି । ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ବିସ୍ପୋରକ ବୟାନ ଦେଲେ ଜୟନାରାୟଣ ମିଶ୍ର କହିଛନ୍ତି ଯେ , ନବଙ୍କ ଶ୍ରଦ୍ଧାଞ୍ଜଳି ସଭାକୁ ମୋତେ ଡକା ଯାଇନାହିଁ । ଏହା ବିଜେଡ଼ିର ରାଜନୈତିକ ସଭା ମୋତେ କାହିଁକି ଡାକିବେ । ଡକା ଯାଇଥିଲେ ବି ମୁଁ ଯାଇନଥାନ୍ତି । ଶ୍ରଦ୍ଧାଞ୍ଜଳି ସଭା ହୋଇଥିଲେ ନିଶ୍ଚିତ ଭାବେ ଯାଇଥାନ୍ତି ।
ବିଜେଡ଼ି ସମାବେଶକୁ କାହିଁକି ଯିବି ବୋଲି କହିଲେ ଜୟ ନାରାୟଣ । ଜୟନାରାୟଣ କହିଛନ୍ତି, ଏହା ଶ୍ରଦ୍ଧାଞ୍ଜଳି ସଭା ନା ଡ୍ରାମା ଜାଣି ହେଉନି । ଜଣଙ୍କର ଦ୍ୱାଦଶାହରେ ରାଜନୈତିକ ଉଦ୍ଦେଶ୍ୟ ରଖି ସମାବେଶ କରିବା ଆଶ୍ଚର୍ୟ୍ୟ ଘଟଣା ଭଳି ଲାଗୁଛି । ଶ୍ରଦ୍ଧାଞ୍ଜଳୀ ସଭାରେ ତାଙ୍କ ନିର୍ବାଚନମଣ୍ଡଳୀ ଲୋକ ଏବଂ ସମସ୍ତେ ଯିବା କଥା । କିନ୍ତୁ ଦଳୀୟ ରାଜନୀତି ଏମିତି ବ୍ୟବହାର କରିଛନ୍ତି ଯେ ଅନ୍ୟ ଦଳ ଲୋକ କେହି ଆସିବେ ନାହିଁ ଏବଂ ରାଜନୈତିକ ସମାବେଶ କରିବେ । ଏହା ସମ୍ପୁର୍ଣ୍ଣ ଭାବେ ଭୋଟ ରାଜନୀତି । ଦଶାହରେ ଶାରଦା ନାଏକ କହୁଛନ୍ତି ଆମେ ଭୋଟ ଜିତିବୁ ବୋଲି । ମଲା ଜାଗାରେ ରାଜନୀତି କରୁଛନ୍ତି । ଶବରେ ରାଜନୀତି କରୁଛନ୍ତି । ତାହେଲେ ଏମାନେ କିଭଳି ଲୋକ ଓଡିଶାବାସୀ ବିଚାର କରିବେ । ଅନ୍ୟପଟେ ଜୟନାରାୟଣଙ୍କୁ ଜବାବ ଦେଇଛନ୍ତି ସୁବାସ ସିଂ । ସେ କହିଛନ୍ତି, ରାଜନୀତି ଛଡା ଜୟନାରାୟଣଙ୍କୁ କିଛି ଦିଶୁନି । ଜଣଙ୍କ ମୃତ୍ୟୁରେ ଅପରିପକ୍ୱ ବୟାନ ରଖୁଛନ୍ତି ଜୟନାରାୟଣ । ସବୁ ଦଳରୁ ନେତା ଆସି ନବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏପରିକି ବିଜେପି ସାଂସଦ ସୁରେଶ ପୂଜାରୀ ମଧ୍ୟ ଆସି ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇଥିଲେ ।
ଜୟନାରାୟଣଙ୍କୁ ବି ଶ୍ରଦ୍ଧାଞ୍ଜଳି ସଭାରେ ନିମନ୍ତ୍ରଣ ଦିଆଯାଇଥିଲା । ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବାକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । କିନ୍ତୁ ଏଭଳି ଆକ୍ଷେପ କରିବା ଠିକ୍ ହେଉନାହିଁ । ନିଜେ ଜୟନାରାୟଣ ଅନେକ ସଙ୍ଗୀନ ମାମଲାରେ ସମ୍ପୃକ୍ତ , ତେଣୁ ଶ୍ରଦ୍ଧାଞ୍ଜଳି ସଭାକୁ ରାଜନୈତିକ ସଭା କହି ରାଜନୀତି ନ କରନ୍ତୁ ବୋଲି କହିଛନ୍ତି ସୁବାସ ସିଂ ।ତେବେ ଜୟନାରାୟଣ ଆକ୍ରୋସର କାରଣ କଣ ? କଣ ସତରେ ଶ୍ରଦ୍ଧାଞ୍ଜଳି ସଭାକୁ ନେଇ ରାଜନିତୀ କରୁଛନ୍ତି ଜୟନାରାୟଣ ? ନାଁ ତାଙ୍କୁ ସଭାକୁ ଡକାନଯିବା ଏହାର କାରଣ ? ଆଗାମୀ ଦିନରେ ବିଜେଡି ଏହାର କିଭଳି ଉତ୍ତର ଦେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।