ମାନସିକ ଦୁଶ୍ଚିନ୍ତାରୁ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

ଆଜି ସକାଳେ ମାଲକାନଗିରି ଜିଲ୍ଲା ର ପୋଟେରୁ ଫାଣ୍ଡିରେ ଘଟିଛି ବଡ଼ ଅଘଟଣ । ମାତ୍ର ୭ ମାସ ତଳେ ବିବାହ କରିଥିବା ଜଣେ ଯବାନ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ଯବାନ ଜଣଙ୍କ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୋଟେରୁ ଥାନାରେ ମୁତୟନ ୪ଥ SSBN ବାଟାଲିୟନର ଯବାନ ଦୁର୍ଯ୍ୟୋଧନ ମାଝୀ । ଗତ କିଛି ଦିନ ହେଲା ସେ ପାରିବାରିକ ଅଶାନ୍ତି ପାଇଁ ଚିଂତିନ୍ତ ରହୁଥିବା ସହକର୍ମୀ ମାନେ କହିଛନ୍ତି I ତେବେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମାଲକାନଗିରି ଏସପି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଇଦିଆଯାଇଛି I

Comments (0)
Add Comment