ଜମ୍ମୁ ବିମାନବନ୍ଦରରେ ରକେଟ୍‌ ଆକ୍ରମଣ…

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ, ପାକିସ୍ତାନ ଜମ୍ମୁ ଏୟାରପୋର୍ଟ ଉପରେ ଆକ୍ରମଣ କରିଛି। ରାଜନୈତିକ ଓ କୂଟନୈତିକ ସ୍ଥରରେ ବାରମ୍ବାର ହାରୁଥିବା ଆତଙ୍କବାଦୀଙ୍କ ଦେଶ ପାକିସ୍ତାନ ପୁଣି ଆକ୍ରମଣ କରିବା ଆରମ୍ଭ କରିଛି। ଏହା ସହିତ ଜମ୍ମୁ ରେଳ ଷ୍ଟେସନରେ ମଧ୍ୟ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିବା କୁହାଯାଇଛି। ଭାରତୀୟ ସେନା ତାଙ୍କର ଆକ୍ରମଣକୁ ବିଫଳ କରିବାରେ ସଫଳ ହୋଇଛି। ଜମ୍ମୁରେ ବ୍ଲାକ ଆଉଟ ଘୋଷଣା କରାଯାଇଛି ଏବଂ ଏହାର ପରିଣାମ ସ୍ୱରୂପ ବୈଷ୍ଣୋ ଦେବୀ ମନ୍ଦିର ଉପରେ ମଧ୍ୟ ବ୍ଲାକ ଆଉଟ ଘୋଷଣା କରାଯାଇଛି। ଏହି ଆକ୍ରମଣରେ ୮-୧୦ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ପାକିସ୍ତାନର ସମସ୍ତ ୮ଟି ମିସାଇଲକୁ ନିଷ୍କ୍ରିୟ କରିଯାଇଛି।