ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଯାଜପୁର:- କାଳିଆପାଣି ଥାନା ମହୁଲଖାଲ ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିବାର ସୂଚନା ମିଳିଛି।ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ୫ଜଣ ଯୁବକ ଏକ ଇଟିଗା କାରରେ ରାସୋଳରୁ ନିଜ ଘର ଅଭିମୁଖେ ଫେରୁଥିଲେ। ଗାଡ଼ିଟି ଦ୍ରୁତ ଗତିରେ ଥିବାବେଳେ ମହୁଲଖାଲ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ କାରଟି ଏକ ଗଛ ରେ ପିଟି ହୋଇ ରାସ୍ତା ତଳକୁ ଖସିପଡିଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧ ଗୁରୁତର ହୋଇ କଳିଙ୍ଗନଗର ଟାଟା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୨ ମୃତକ ହେଲେ କାଦୁଅ ବନ୍ଦୀ ଗ୍ରାମର ବିଶ୍ୱନାଥ ମହାନ୍ତ,ଓ ମହୁଲଖାଲ ଗ୍ରାମର ସଞ୍ଜୟ କୁମାର ମହାନ୍ତ ବୋଲି ସୂଚନା ମିଳିଛି। ଖବରପାଇ କାଳିଆପାଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।