ଜଗଦୀପ ଧନଖଡ ଦେଶ ନୂତନ ଉପ-ରାଷ୍ଟ୍ରପତି ନିର୍ବାଚିତ । ମିଳିତ ବିପକ୍ଷ ଦଳର ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇଛନ୍ତି ଏନ୍ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ। ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ହୋଇଥିଲା। ତୃଣମୂଳ କଂଗ୍ରେସ ର ଦୁଇ ସଦସ୍ୟ ଙ୍କୁ ଛାଡି ଅନ୍ୟ କୌଣସି ସଦସ୍ୟ ଭୋଟ ଦେଇ ନଥିଲେ I ସେହିପରି ସ୍ୱାସ୍ଥ୍ୟଗତ କାରଣରୁ ବିଜେପି ସାଂସଦ ସନ୍ନି ଦେଓଲ ଓ ସଞ୍ଜୟ ଧୋତ୍ରେ ଭୋଟ୍ ଦେବାକୁ ଆସି ନଥିଲେ। ଏସପି ଏବଂ ଶିବସେନାର ଦୁଇ ଜଣ ଏବଂ ବିଏସପିର ଜଣେ ସାଂସଦ ଭୋଟିଂରୁ ବିରତ ରହିଥିଲେ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା ଏବଂ ଏହାର ଘଣ୍ଟାଏ ପରେ ଅର୍ଥାତ ୬ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ଧନଖଡଙ୍କୁ ୫୨୮ ଭୋଟ ମିଳିଥିବା ବେଳେ ,ମାର୍ଗାରେଟଙ୍କୁ ୧୮୨ଟି ଭୋଟ ମିଳିଥିବା ସୂଚନା ମିଳିଛି । ଏହାସହ ୧୫ଟି ଭୋଟ ନାକଚ ହୋଇଥିବା ଜଣାପଡିଛି । ମୋଟ ୭୨୫ ଜଣ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲେ । ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୧ରେ ଶେଷ ହେଉଛି।