ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଆସିଲା ନୂଆ ଖବର । ହ୍ରନି ଟ୍ରାପ ବଡ ବଡ ଲୋକଙ୍କୁ ଫଶାଇଥିବା ଅର୍ଚ୍ଚନାଙ୍କୁ ନେଇ ଆସିଲା କୋର୍ଟରୁ ବଡ ରାୟ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି । ଭୁବନେଶ୍ୱର-କଟକ କମିସନରେଟ ପୁଲିସ ଅନ୍ତର୍ଗତ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ମିଳିଛି । ୩ଟି ମାମଲାରୁ ମାତ୍ର ଗୋଟିଏରେ ମିଳିଲା ସର୍ତ୍ତମୂଳକ ଜାମିନ ।
ପୂର୍ବରୁ ଭୁବନେଶ୍ୱର ଏଡିଜେ-୨ କୋର୍ଟ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ । କମିସନରେଟ୍ ପୁଲିସ ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅର୍ଚ୍ଚନା ନାଗର ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଥିଲା । ଆର୍ଥିକ କାରବାର ମାମଲାରେ ଇଡି ଜଗବନ୍ଧୁଙ୍କୁ ପଚରାଉଚରା କରିଥିଲା । ତାହା ପରେ ତାଙ୍କୁ କୋର୍ଟ ନିଆଯାଇଥିଲା । ପୂର୍ବରୁ ଜଗବନ୍ଧୁ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା ।
କିନ୍ତୁ ଏବେ ଜଗବନ୍ଧୁଙ୍କୁ ଜାମିନ ମିଳିଥିବା ବେଳେ ଅର୍ଚ୍ଚନାଙ୍କ ଜାମିନ ଆବେଦନକୁ ମାନ୍ୟବର କୋର୍ଟ ଖାରଜ କରିଛନ୍ତି । ତେବେ ଆଗକୁ ଅର୍ଚ୍ଚନାଙ୍କୁ ବେଲ୍ ମିଳିବକି ନାହିଁ ତାହା ମଧ୍ୟ ବଡ ପ୍ରଶ୍ନ ।