ଜାଗର ଯାତ୍ରା ହେଲା ମହାଯାତ୍ରା: ରାଜ୍ୟରେ ପୁଣି ଏକ ଦୁଖଦଃ ଦୁର୍ଘଟଣା ,ନବବିବାହିତା ମହିଳାଙ୍କ ମୃତ୍ୟୁ

ମହାଶିବରାତ୍ରୀ ଭୋରୁ ରାଜ୍ୟରେ ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ମର୍ମନ୍ତୁଦ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୧୨ ଜଣଙ୍କ ଜୀବନ ଯାଇଥିବାବେଳେ ୧୩ ଜଣ ଗଉତ୍ତର ହୋଇଛନ୍ତି I ଯାଜପୁର ଚଣ୍ଡିଖୋଲର ପ୍ରସିଦ୍ଧ ଶୈବପୀଠ ମହାବିନାୟକଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ସଡକ ଦୁର୍ଘଟଣାରେ ଚାଲିଗଲା ନବବିବାହିତା ମହିଳାଙ୍କ ଜୀବନ। ସ୍ଵାମୀ ଆହତ ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି। ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରଡା ଅଂଚଳର ନିରୋଦ ପଣ୍ଡା ଓ ତାଙ୍କ ପତ୍ନୀ ଯାଜ୍ଞସେନି ପଣ୍ଡା ବାଇକ ଯୋଗେ ଆଜି ଚଣ୍ଡିଖୋଲ ମହାବିନାୟକ ଦର୍ଶନ ନିମନ୍ତେ ଆସୁଥିବା ବେଳେ ୧୬ନଂ ଜାତୀୟ ରାଜପଥର ଜାରକା ନିକଟ ଭାଲୁଖାଇ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଯାଜ୍ଞଶ୍ୱନୀଙ୍କ ମୃତ୍ୟୁ ଘଟିଛି I ପ୍ରାୟ ଏକ ମାସ ତଳେ ନିରୋଦ ଯାଜ୍ଞସେନି ଙ୍କୁ ବିବାହ କରିଥିଲେ I
ସ୍ଥାନୀୟ ଲୋକେ ଆହତ ନିରୋଦଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ କରୁଛି ।