ଜଗନ୍ନାଥଙ୍କ ବାଡ଼ଗ୍ରାହୀଙ୍କ ବୟାନ, ଡୁପ୍ଲିକେଟ ଚାବି ମିଛ

ଭୁବନେଶ୍ବର: ରତ୍ନଭଣ୍ଡାର ଚାବି ନେଇ ସାଂଘାତିକ ବୟାନ ଦେଇଛନ୍ତି ଜଗନ୍ନାଥଙ୍କ ବାଡ଼ଗ୍ରାହୀ । ମଙ୍ଗଳବାର ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓରଫ ଜଗୁନି କହିଛନ୍ତି, ଡୁପ୍ଲିକେଟ ଚାବି ସେ ତାଲାର ନୁହେଁ । ଡୁପ୍ଲିକେଟ ଚାବି କଥା ମିଛ, ଯଦି ଡୁପ୍ଲିକେଟ ତେବେ ଖୋଲିଲାନି କାହିଁକି। ପ୍ରକୃତ କଥା ହେଲା, ସେ ତାଲାର ସେ ଚାବି ନୁହେଁ ବୋଲି ଜଗୁନି କହିଛନ୍ତି। ସେ ଆହୁରି କହିଛନ୍ତି, ରତ୍ନଭଣ୍ଡାର ଭିତରେ ଗୁପ୍ତଗୃହ ରହିଛି, ଗଣତି ମାସ ମାସ ଲାଗିବ। ଚାବିକୁ ଫୋପାଡ଼ି ଦେଇ ତତ୍କାଳୀନ ଜିଲାପାଳ ଡୁପ୍ଲିକେଟ ଚାବି କଥା କହିଛନ୍ତି। ସେତେବେଳର ଜିଲାପାଳ କହିଥିଲେ ଚାବି ହଜିଗଲା, ପୁଣି କହିଲେ ମିଳିଗଲା। ଭିତରେ ବିରାଟ ବଡ଼ ଅଘଟଣ ହୋଇଥିବାରୁ ସେ ଚାବି ଫିଙ୍ଗିଦେଇଛନ୍ତି। ଏହା ପଛରେ ବିରାଟ ରହସ୍ୟ ରହିଛି, ତେଣୁ ତଦନ୍ତ ହେବା ଦରକାର ବୋଲି ଜଗନ୍ନାଥଙ୍କ ବାଡଗ୍ରାହୀ କହିଛନ୍ତି। ତେବେ ଗତକାଲି ପୁରୀ ରତ୍ନଭଣ୍ଡାର ଚାବିକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିଛି। ସେ କହିଛନ୍ତି, ପୂର୍ବରୁ ଡୁପ୍ଲିକେଟ ଚାବି ନେଇ ମିଛ କଥା କୁହାଯାଇଥିଲା, ତାହାର ନିଶ୍ଚିତ ତଦନ୍ତ ହେବ। ସେ ଚାବି କଥା କିଏ କାହିଁକି କହିଥିଲା ଏବଂ କିଏ କହିବା ପାଇଁ କହିଥିଲା ତାହାର ନିଶ୍ଚିତ ତଦନ୍ତ ହେବ।

Jagannath's renter's statement